ନଭେମ୍ୱର ୨୬, ସୋମବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଆଶଙ୍କା ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ନଭେମ୍ୱର ୨୬, ସୋମବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଆଶଙ୍କା ରହିଛି

Rasi-Fala

ମେଷ: ଅଫିସ‌୍‍ ବା କର୍ମସ୍ଥଳରେ ଭଲ ବାତାବରଣ ରହିବ। ସମସ୍ୟାରୁ ମୁକୁଳିବାରେ ସଫଳ ହେବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅସୁସ୍ଥ ଅନୁଭବ କରିପାରନ୍ତି। ଲେଖକ, କାରିଗର ଓ କଳାକାରଙ୍କ ପାଇଁ ଦିନଟି ଭଲ ରହିବ। ଧାର୍ମିକ କାର୍ଯ୍ୟ ଅଧିକ ଅର୍ଥ ବ୍ୟୟ କରିପାରନ୍ତି।

ମିଥୁନ: ଦିନଟି ଭଲରେ କଟିବ। ଅର୍ଥ ଲାଭ ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ରାଗ ଉପରେ ଓ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ଅଫିସରେ ପ୍ରଶଂସିତ ହେବେ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ବେଶ‌୍‍ ଭଲ ଅଛି। ନୂଆ ଚାକିରି ପ୍ରସ୍ତାବ ମିଳିପାରେ। ବାପାଙ୍କ ପକ୍ଷରୁ ଲାଭବାନ ହୋଇପାରନ୍ତି।

ତୁଳା: ଘରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବିରୋଧୀ ଆଜି ଆପଣଙ୍କ ସମ୍ମୁଖକୁ ଆସିବେ ନାହିଁ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।

ବିଛା: ଦିନଟି ମୋଟାମୋଟି ଭାବେ ଭଲ ରହିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ଦୁର୍ଘଟଣା ଆଶଙ୍କା ରହିଛି, ତେଣୁ ସତର୍କ ରୁହନ୍ତୁ।

ଧନୁ: ଲେଖାଲେଖି ପ୍ରତି ରୁଚି ବଢ଼ିବ। ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପରିବେଶ ଅନୁକୂଳ ରହିବ।

ମକର: ଅର୍ଥ ଲାଭ ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। କାମ ପାଇଁ ସମ୍ମାନ ମିଳିବ।

କୁମ୍ଭ: ପେଟ ଅବା ଆଖିରେ ଦରଜ ହୋଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

ମୀନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କୌଣସି ଗରିବ ଲୋକ ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

 



from Odisha Reporter https://ift.tt/2zu2uz8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages