ସମସ୍ତଙ୍କୁ ଫିଦା କରିଦେବା ପାଇଁ ଆପଣାନ୍ତୁ ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ସମସ୍ତଙ୍କୁ ଫିଦା କରିଦେବା ପାଇଁ ଆପଣାନ୍ତୁ ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସମୟ ସହ ତାଳ ଦେଇ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ୍‌। ନୂଆ ଟ୍ରେଣ୍ଡ୍‌ ଆପଣାଇ ପ୍ରାୟ ଅଧିକାଂଶ ନିଜକୁ ସୁନ୍ଦର ଓ ଷ୍ଟାଇଲିସ୍‌ ଲୁକ୍‌ରେ ସଜାଇବାକୁ ଚାହାନ୍ତି। ବିଶେଷ କରି ଯୁବପିଢ଼ି, ଏପରିକି ଝିଅମାନଙ୍କ ମଧ୍ୟରେ ଏହି ଧାରା ସାଧାରଣତଃ ଅଧିକ ଦେଖିବାକୁ ମିଳେ।

ସମସ୍ତଙ୍କ ନଜରରେ ରହିବା ପାଇଁ ପ୍ରାୟତଃ ଆଜିକାଲିର ୟଙ୍ଗ୍‌ ଗର୍ଲମାନଙ୍କ ଇଚ୍ଛା, ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ଷ୍ଟାଇଲିସ୍‌ ଲୁକ୍‌ରେ ରହିବେ, ଯେପରି ଅନ୍ୟମାନେ ଦେଖିବା ମାତ୍ରେ ଫିଦା ହୋଇଯିବେ।

ଆପଣ ଏମିତି ଚାହୁଁଥିଲେ, ଆଜି ଆମେ ଆପଣଙ୍କୁ କିଛି ଟ୍ରେଣ୍ଡି ଫ୍ୟାଶନ୍‌ ଟିପ୍ସ ଦେବୁ।

୧. ସବୁବେଳେ ନୂଆ ଟ୍ରେଣ୍ଡ୍‌ ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ। ବଜାରରେ ଯେଉଁ ଡ୍ରେସ୍‌ର ଏବେ ଚାହିଦା ଅଛି, ତାକୁ ହିଁ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଜମ୍ପସୁଟ୍‌, ଡଙ୍ଗ୍ରୀ, ୱାନ୍‌ପିସ୍‌ କିମ୍ବା ପ୍ଲାଜୋ, ଧୋତି ପ୍ୟାଣ୍ଟ୍‌ସ, ୱାଇଡ୍‌ ଲେଗ୍‌ ପ୍ୟାଣ୍ଟ୍‌ସ, ସିଗାରେଟ୍‌ ପ୍ୟାଣ୍ଟ୍‌ସ, ହଟ୍‌ ପ୍ୟାଣ୍ଟ୍‌ସ, ଲଙ୍ଗ୍‌/ସଟ୍‌ ସ୍କର୍ଟ ସହ ଆପଣ କ୍ରପ୍ ଟପ୍‌, ଅଫ୍‌ ଶୋଲ୍ଡର, କୋଲ୍ଡ ଶୋଲ୍ଡର, ଲଙ୍ଗ୍ କଟିଙ୍ଗ ଟପ୍ କିମ୍ବା ଶର୍ଟ୍ସ ପିନ୍ଧି ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେଇପାରିବେ। । ସିମ୍ପଲ୍‌ ଲୁକ୍ ପାଇଁ ଜିନ୍‌ସ କୁର୍ତୀ ବା ଲେଗିନସ୍ ସହ କୁର୍ତୀ କିମ୍ବା ଲମ୍ବା ଦୁପଟା ୱାଲା ପଟିୱାଲା ଡ୍ରେସ୍ ପିନ୍ଧି ପାରିବେ।

୨. ଡ୍ରେସ୍ ସାଙ୍ଗକୁ କିଛି ଫଙ୍କି ଟାଇପ୍ସ କିମ୍ବା ଟ୍ରେଣ୍ଡି ଅଳଙ୍କାର ପିନ୍ଧନ୍ତୁ, ଏହା ଆପଣଙ୍କୁ ଆହୁରି ଆକର୍ଷଣୀୟ ଲୁକ୍ ଦେବ। ମେଟାଲିକ୍, ପ୍ଲାଷ୍ଟିକ୍, ପର ଓ ମାଳିରେ ତିଆରି ଟ୍ରେଣ୍ଡି ଜୁଏଲାରୀ ମଧ୍ୟ ପିନ୍ଧି ପାରିବେ। ହେଲେ ଧ୍ୟାନ ଦିଅନ୍ତୁ, ଏହା ଯେପରି ଆପଣଙ୍କ ପୋଷାକ ସହ ମ୍ୟାଚ କରିବା ସହ ଆପଣଙ୍କୁ ସୁଟ୍ କରୁଥିବ। ଷ୍ଟାଇଲିସ୍‌ ଡ୍ରେସ୍‌ ସାଙ୍ଗକୁ ମ୍ୟାଚିଂ ଟ୍ରେଣ୍ଡି ଜୁଏଲାରୀ ଆପଣଙ୍କୁ କମ୍ପ୍ଲିଟ୍ ଲୁକ୍‌ ଦେବ।

୩. ଯଦି ଆପଣଙ୍କୁ କିଛି ବି ଜୁଏଲାରୀ ପିନ୍ଧିବାକୁ ଭଲ ଲାଗୁନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ହାତ ଘଣ୍ଟା ଆପଣଙ୍କୁ ଏକ ଷ୍ଟାଇଲିସ୍‌ ଓ ସୋବର୍ ଲୁକ୍ ଦେଇପାରିବ। ନିଜ ଡ୍ରେସ୍‌ ସହ ମ୍ୟାଚିଂ କଲା ଭଳି ଆପଣ ବଡ଼ କିମ୍ବା ଛୋଟ ଡାଏଲ୍ ଥିବା ରଙ୍ଗ ବେରଙ୍ଗ ହାତଘଡ଼ି ପିନ୍ଧିପାରିବେ।

୪. ଆଜିକାଲି ହ୍ୟାଣ୍ଡ୍‌ବ୍ୟାଗ୍‌ର ବେଶ୍‌ ଚାହିଦା ରହିଛି। ବିଭିନ୍ନ ରଙ୍ଗ ବେରଙ୍ଗର ହ୍ୟାଣ୍ଡବ୍ୟାଗ୍ସ ବଜାରରେ ମଧ୍ୟ ମିଳୁଛି। ଡ୍ରେସ୍‌ ସହ ହାତରେ ଏକ ଷ୍ଟାଇଲିସ୍‌ ବ୍ୟାଗ୍‌ ଧରିଲେ, ଆପଣଙ୍କୁ ପରଫେକ୍ଟ ଲୁକ୍‌ ମିଳିପାରିବ। ଏଥିପାଇଁ ଆପଣ ବ୍ୟାକ୍‌ପ୍ୟାକ୍ ବା ଲମ୍ବା ଫିତା ଥିବା ଛୋଟ ଛୋଟ ଷ୍ଟାଇଲିସ୍‌ ବ୍ୟାଗ୍‌ ନେଇ ପାରନ୍ତି । ନିଜ ଆବଶ୍ୟକ ଅନୁଯାୟୀ, ଏହି ବ୍ୟାଗ୍‌ରେ ଆପଣ କିଛି ଜିନିଷ ମଧ୍ୟ ନେଇପାରିବେ। ଏହା ବ୍ୟତୀତ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ର ଲେଦର୍‌, ରେକ୍ସିନ୍‌ କିମ୍ବା ପ୍ଲାଷ୍ଟିକ୍‌ର ହ୍ୟାଣ୍ଡବ୍ୟାଗ ମଧ୍ୟ ଆପଣ ବ୍ୟବହାର କରିପାରିବେ।

୫.ଉପର ଟିପ୍‌ସ ବ୍ୟତୀତ ପର୍‌ଫେକ୍ଟ୍‌ ଲୁକ୍‌ ପାଇବାକୁ ହେଲେ, ଆପଣଙ୍କୁ ନିଜ ସ୍ୟାଣ୍ଡଲ୍‌ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। କୁହାଯାଏ, ବ୍ୟକ୍ତିଙ୍କ ପର୍ସନାଲିଟି ତାଙ୍କ ଜୋତାରୁ ବାରି ହୋଇପଡ଼େ। ସବୁବେଳେ ନିଜକୁ କମ୍ଫର୍ଟ ଲାଗୁଥିବା ସ୍ୟାଣ୍ଡଲ୍ ହିଁ ଚୟନ କରନ୍ତୁ । ବେଶି ହିଲ୍ ଥିବା ସ୍ୟାଣ୍ଡଲ୍ ନ ପିନ୍ଧି, ଆପଣ ଅଳ୍ପ ହିଲ୍ ଅଥବା ଫ୍ଲାଟ୍ ସ୍ୟାଣ୍ଡଲ୍ ବ୍ୟବହାର କରିପାରନ୍ତି । ଡ୍ରେସ୍ ସହିତ ମ୍ୟାଚିଂ କରି ସ୍ୟାଣ୍ଡଲ ପିନ୍ଧିଲେ ବେଶ୍ ଭଲ ଲାଗିବ।



from Odisha Reporter https://ift.tt/2SeRxIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages