ରଣଜୀ ଟ୍ରଫି: ଓଡ଼ିଶା ୩୨୪ରେ ଅଲ୍ ଆଉଟ୍, ହିମାଂଶୁଙ୍କ ଶତକ ବଳରେ ଭଲ ସ୍ଥିତିରେ ହରିଆଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ରଣଜୀ ଟ୍ରଫି: ଓଡ଼ିଶା ୩୨୪ରେ ଅଲ୍ ଆଉଟ୍, ହିମାଂଶୁଙ୍କ ଶତକ ବଳରେ ଭଲ ସ୍ଥିତିରେ ହରିଆଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଆଣା ବିପକ୍ଷ ଗ୍ରୁପ-ସି’ ରଣଜୀ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଘରୋଇ ଓଡ଼ିଶା ଦଳ ତା’ର ପ୍ରଥମ ଇନିଂସ୍‌ରେ ୩୨୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ୬ ୱିକେଟ୍ ହରାଇ୨୩୨ ରନ କରିଥିଲା। ଦ୍ୱିତୀୟ ଦିନ ଦଳୀୟ ସ୍କୋରରେ ମାତ୍ର ୯୨ ରନ୍ ଯୋଡ଼ିବାକୁ ଓଡ଼ିଶା ସକ୍ଷମ ହୋଇଥିଲା । ପ୍ରଥମ ଦିବସରେ ଅନୁରାଗ ଷଡ଼ଙ୍ଗୀଙ୍କ ଶତକ କରିଥିବା ବେଳେ ଆଜି ଶାନ୍ତନୁ ମିଶ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ଶାନ୍ତନୁ ୧୭୪ଟି ବଲ୍‌ରେ ୯ ଚୌକା ସହ ୭୧ ଓ ଡେବ୍ୟୁଣ୍ଟାଣ୍ଟ ଦେବବ୍ରତ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ୧, ରାଜେଶ ମହାନ୍ତି ୧୬ ଓ ପପୁ ରୟ ଅପରାଜିତ ୧ ରନ୍ କରିଥିଲେ। ଭ୍ରମଣକାରୀ ହରିଆଣା ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ମୋହିତ ଶର୍ମା ଏବଂ ହର୍ଷଲ ପଟେଲ ୨ଟି ଲେଖାଏ ୱିକେଟ ଦଖଲ କରିଛନ୍ତି।

ଓଡ଼ିଶାର ୩୨୪ ରନ୍‌ର ପିଛା କରିବାକୁ ଦ୍ୱିତୀୟ ଦିନ ପଡ଼ିଆକୁ ଓହ୍ଲାଇଥିବା ହରିଆଣା ଷ୍ଟମ୍ପ ଅପସାରଣ ବେଳକୁ ୬୫ ଓଭରରେ ୩ ୱିକେଟ୍ ହରାଇ ୨୩୯ ରନ୍ କରି ଦୃଢ଼ ସ୍ଥିତିରେ ପହଞ୍ଚିଛି।

ତେବେ ଇନିଂସ୍‌ ଆରମ୍ଭରୁ ହରିଆଣାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ମାତ୍ର ୬୧ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ତୃତୀୟ ୱିକେଟ୍‌ ପାଇ ଚୈତନ୍ୟ ବିଷ୍ଣୋଇ ଓ ହିମାଂଶୁ ରାଣା ଓଡ଼ିଶା ବୋଲର୍‌ଙ୍କ କଡ଼ା ମୁକାବିଲା କରି ୧୭୮ ରନ୍‌ର ଭାଗୀଦାରି କରିଥିଲେ। ତେବେ ଚୈତନ୍ୟ ୭୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ହିମାଂଶୁ ଶତକ ହାସଲ କରି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଅପରାଜିତ ରହିଛନ୍ତି। ହିମାଂଶୁଙ୍କ ସହ ପ୍ରମୋଦ ଚାନ୍ଦିଲା ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୩ ରନ୍ ଯୋଡ଼ିଛନ୍ତି। ହିମାଂଶୁ ୧୬୨ ବଲ୍‌ରେ ୧୭ଟି ଚୌକା ସହ ୧୧୩ ଓ ପ୍ରମୋଦ ୩୮ ବଲ୍‌ରେ ୬ ଚୌକା ସହ ୩୪ ରନ୍ କରି ଅପରାଜିତ ଅଛନ୍ତି ।

ଓଡ଼ିଶା ପକ୍ଷରୁ ଦୁଇ ଡେବ୍ୟୁଣ୍ଟାଣ୍ଟ ରାଜେଶ ମହାନ୍ତି ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ ୱିକେଟ୍ ପାଇଛନ୍ତି।

ହରିଆଣା ୮୫ ରନ୍‌ ପଛରେ ରହିଥିଲେ ହେଁ ଦଳ ପାଖରେ ଆହୁରି ୭ଟି ୱିକେଟ୍‌ ରହିଛି। ତେଣୁ ପ୍ରଥମ ଇନିଂସ୍‌ରେ ଦଳ ଅଗ୍ରଣୀ ରହିବାକୁ ଲକ୍ଷ୍ୟ ରଖିବ। ସେହିପରି ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ରହିବାକୁ ହେଲେ ଓଡ଼ିଶା ବୋଲରଙ୍କୁ ଆସନ୍ତାକାଲି ପ୍ରଥମ ସେସନ୍ସରେ ହିଁ ଭ୍ରମଣକାରୀ ଦଳର ବାକି ୭ ୱିକେଟ୍ ନେବାକୁ ପଡ଼ିବ



from Odisha Reporter https://ift.tt/2QgdvKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages