କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ: ଟିଡିସିସିର ୩୬କୋଟି ଟଙ୍କାର ଋଣ ପରିଶୋଧ କରିବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

କ୍ୟାବିନେଟରେ ୭ ପ୍ରସ୍ତାବକୁ ମଞ୍ଜୁରୀ: ଟିଡିସିସିର ୩୬କୋଟି ଟଙ୍କାର ଋଣ ପରିଶୋଧ କରିବେ ସରକାର

secretariat

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ( ଟିଡିସିସି)ର ବକେୟା ଥିବା ୩୬.୩୯ କୋଟି ଟଙ୍କାର ଋଣକୁ ରାଜ୍ୟ ସରକାର ପରିଶୋଧ କରିବେ। ଜନଜାତି ବର୍ଗର ଲୋକଙ୍କ ବନ୍ୟଜାତ ଓ କୃଷିଜାତ ଦ୍ରବ୍ୟର ବିକ୍ରିକୁ ସୁଗମ କରିବା ନିମନ୍ତେ ଟିିଡିସିସିକୁ ସୁଦୃଢ଼ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଟିଡିସିସିର ବକେୟା ୩୬.୩୯କୋଟି ଟଙ୍କାକୁ ପରିଶୋଧ ପ୍ରସ୍ତାବ ସମେତ ମୋଟ ୭ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ ଏଥିରେ ଅଧିକାଂଶ ପ୍ରସ୍ତାବ ଚାକିରି ସର୍ତ୍ତାବଳୀ ଓ କ୍ୟାଡର ପୁର୍ନଗଠନ ସହ ଜଡ଼ିତ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟରେ ଆଜି ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଓଡ଼ିଶା ଉଦ୍ୟାନ କୃଷି ସେବା(ନବନିଯୁକ୍ତ ପଦ୍ଧତି ଓ ସେବା ସର୍ତ୍ତ) ସଂଶୋଧନ ନିୟମ-୨୦୧୮କୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି।

କୃଷି ଉପଦର୍ଶକ ଓ ପ୍ରଦର୍ଶନ ସହାୟକ ପଦବୀ ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନକୁ କୋହଳ କରାଯାଇଛି। ଏଥିପାଇଁ ନିୟମରେ ଥିବା ଧାରା-୨(ଗ)କୁ ଅପସାରଣ କରାଯାଇଛି।ସେହିପରି ଓଡ଼ିଶା ମତ୍ସ୍ୟ ସେବା ନିଯୁକ୍ତି ସର୍ତ୍ତାବଳୀ ସଂଶୋଧନ, ଜିଓଲୋଜି କ୍ୟାଡରର ପୁର୍ନଗଠନ, ଓଡ଼ିଶା ମଙ୍ଗଳସେବା ଓ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ, ଭୂତତ୍ତ୍ୱବିତ୍ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।



from Odisha Reporter https://ift.tt/2yLILLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages