ଆରପାରିରେ ଗାୟକ ମହମ୍ମଦ ଅଜିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଆରପାରିରେ ଗାୟକ ମହମ୍ମଦ ଅଜିଜ୍‌

ମୁମ୍ବାଇ: ବଲିଉଡ୍‌ ତଥା ଓଲିଉଡ୍‌ର ଭେଟେରାନ୍ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ ଆଉ ନାହାନ୍ତି। ୬୪ ବର୍ଷୀୟ ଅଜିଜ୍‌ ଆଜି ମଧ୍ୟାହ୍ଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ।

ଆଜି ସକାଳୁ ସେ ମୁମ୍ବାଇ ଆସିଥିଲେ। କିନ୍ତୁ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମହମ୍ମଦ ଅଜିଜ୍‌ଙ୍କ ପୂରା ନାଁ ହେଉଛି ସୟଦ ମହମ୍ମଦ ଅଜିଜ ଉନ୍‌ ନଵୀ। ସେ ୧୯୫୪ ମସିହା ଜୁଲାଇ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନ କ୍ଲାସିକାଲ, ପପ୍‌, ଜ୍ୟାଜ୍ ଆଦି ସବୁ ଶ୍ରେଣୀର ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ସେ ୧୯୮୨ରୁ ୨୦୧୮ ପର୍ଯ୍ୟନ୍ତ ନିଜକୁ ଜଣେ ପ୍ଳେବ୍ୟାକ୍‌ ସିଙ୍ଗର ଭାବେ ଗଢ଼ି ତୋଳିବା ସହ ଲକ୍ଷ ଲକ୍ଷ ସୁପରହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ।

କେବଳ ବଲିଉଡ୍‌ ନୁହେଁ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ସେ ଏକାଧିକ ଆଲବମ, ଭଜନ ଓ ଫିଲ୍ମ ପାଇଁ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ।

ଅଜିଜ ପ୍ରଥମେ ବେଙ୍ଗଲ ଫିଲ୍ମରେ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିଲେ। ୧୯୮୪ରେ ସେ ମୁମ୍ବାଇ ଆସି ଜଣେ ପ୍ରଯୋଜକଙ୍କ ସହାୟତାରେ ବଲିଉଡ୍‌ ଫିଲ୍ମ ଅମ୍ବରରେ ଗୀତ ଗାଇଥିଲେ। ମର୍ଦ୍ଦ ଫିଲ୍ମରେ ସେ ଗାଇଥିବା ମର୍ଦ୍ଦ ଟାଙ୍ଗେୱାଲା ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଚାଲିଥିଲେ। ଅଜିଜ୍‌ ବଲିଉଡର ପ୍ରାୟ ସମସ୍ତ ଖ୍ୟାତି ସମ୍ପନ୍ନ ସଂଗୀତ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଛନ୍ତି।

ସେ ଓଡ଼ିଶାରେ ଭଜନରୁ କାମ ଆରମ୍ଭ କରିଥିଲେ। କିନ୍ତୁ ଏହାପରେ ଆଲବମ୍‌ ଓ ଫିଲ୍ମ ପାଇଁ ମଧ୍ୟ ଗୀତ ପାଇଁ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ଦୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ତାଙ୍କ ପରଲୋକରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2AtGowz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages