ହକି ବିଶ୍ୱକପ୍‌ ହଉଚି, ଖେଳମନ୍ତ୍ରୀ ହଜିଗଲେ କୋଉଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ହକି ବିଶ୍ୱକପ୍‌ ହଉଚି, ଖେଳମନ୍ତ୍ରୀ ହଜିଗଲେ କୋଉଠି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ପାଇଁ ଚର୍ଚ୍ଚାରେ କଳିଙ୍ଗ ଷ୍ଟାଡିୟମ୍‌। ଖାଲି ଷ୍ଟାଡିୟମ୍‌ ନୁହେଁ କ୍ରିଡା ସଚିବ ବିଶାଳ ଦେବ ଆଉ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ସବୁଆଡେ ଭାରି ଚର୍ଚ୍ଚା। ଏତେ ବଡ଼ ଆନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ଆୟୋଜନ ନିଶ୍ଚିତ ଭାବେ ସରକାରଙ୍କ ଭଲ କାମରୁ ଗୋଟିଏ ବୋଲି, ଯିଏ ନାହିଁ ସିଏ କହିବ। ହେଲେ ୟା ଭିତରେ କେହି ଗୌଣ ହୋଇଯାଉନାହାନ୍ତି ତ ?

୬ ନଂ. କାଳିମନ୍ଦିର ପାଖ ରବି ଭାଇ ଦୋକାନରେ କାଲି ସଞ୍ଜରେ ଏମିତିକା ପ୍ରଶ୍ନଟିଏ ଉଠିଥିଲା।

ରବି ଭାଇ ଭୁବନେଶ୍ୱରର ଉତ୍ଥାନ ପତନ ଦେଖିଛି। ନୂଆ ରାସ୍ତାଘାଟ ତିଆରି ହେବାଠୁ ନେଇ ମୋ ବସ୍‌ ଚାଲିବା ଯାଏଁ ସବୁ ତା ଆଖିରେ ପଡିଛି। ଖେଳ କଥା ଅବା ସେ କେମିତି ଭୁଲି ଯାଆନ୍ତା ଯେ ?

ଚେଁ… କିନା ଶବ୍ଦ ହେଲା।

ତେଲ କଡେଇରେ ବରା ପଡିଲା। ହାତରେ ଲାଗିଥିବା ପାଣି ଛିଞ୍ଚି ନାକ ଛିଞ୍ଚାଡ଼ି ରବି ଭାଇ ପ୍ରଶ୍ନ କଲା?

‘ହଇଓ ମହାନ୍ତି ବାବୁ, କହିଲ ଦେଖି ତମେ ଏଥର ଖେଳ ଦେଖାବାକୁ ଯାଉଛ ନା ନାଇଁ?’

‘ନାଇଁ ହୋ ଖେଳ କ’ଣ ଦେଖିବି। ଖେଳ ପରେ କ’ଣ ହଉଛି ଦେଖ।’ କହିଲେ ମହାନ୍ତି ବାବୁ।

“ଆଗକୁ ନିର୍ବାଚନ। ଭୋଟ ଗଣ୍ଡାକୁ ଆଖିଆଗରେ ରଖି ନବୀନ ବାବୁ ଅଳ୍ପ ଦିନରେ ଏଡେବଡ଼ ଗଳ୍ପ ଲେଖିଦେଲେ। ଭୁବନେଶ୍ୱରରେ ଚିତ୍ର ଆଙ୍କିଦେଲେ। ଥିଲେ ଥିଲେ ଖେଳ ସେକେଟ୍ରି ବି ନିଜ ପବ୍ଲିସିଟି ପାଇଁ ଗୋଟେ ଷ୍ଟଣ୍ଟ ଖେଳିଦେଲେ। ଓଟିଭି ବୁମ୍‌ ଛିଞ୍ଚାଡ଼ି ସେ ବି ନିଜ କରାମତି ଦେଖେଇଦେଲେ। ନ ହେଲେ ତାଙ୍କୁ କିଏ ଜାଣିଥିଲା ହୋ। ରାତା ରାତି ମିଡିଆରେ ଫେମ୍‌ ପାଇଗଲେ ସଚିବ ବିଶାଳ୍‌ ବାବୁ।”

ଏତିକି କହୁ କହୁ ରବି ଭାଇ ପ୍ରଶ୍ନ କଲା। ଆଉ ତମ ଡିପାର୍ଟମେଣ୍ଟ ମନ୍ତ୍ରୀଙ୍କ କଥା ଟିକେ କହୁନା।

ପାଖରେ ବରା ଖାଉଥିବା ଜଣେ ମଉନ ମୁହାଁ ବାବୁ ସାଙ୍ଗେ ସାଙ୍ଗେ ମୋବାଇଲରୁ କାଢ଼ି ଫଟୁଟାଏ ଦେଖେଇଲେ। ଫଟୋରେ ବାବୁ ଚନ୍ଦ୍ରସାରଥି। ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ପୂଜାରେ ବସିଥାନ୍ତି। ହୋମକୁଣ୍ଡ ସଜଡ଼ା ହୋଇଥାଏ। ବାବୁ ଠାକୁରଙ୍କ ପ୍ରଣିପାତ କରିବା ମୁଦ୍ରାରେ ଥାଆନ୍ତି। ଫଟୋ ଦେଖି ମହାନ୍ତି ବାବୁ ହସିହସି କହିଲେ,

ହା- ଏଇତ ବାକି ଥିଲେ।

କହିଲ ରବି, ଖେଳ ମନ୍ତ୍ରୀ କିଏ ତମେ କ’ଣ ଜାଣିଥିଲ?

ରବି ଦାନ୍ତ ନିକୁଟି ମୁଣ୍ଡ ଟୁଙ୍ଗାରିଲା। କହିଲା- ‘ଶୁଣିଛି ତାଙ୍କୁ କୁଆଡେ କେହି ଭାଉ ଦେଉ ନ ଥିଲେ। ସବୁ କଥାରେ ତାଙ୍କୁ ସାଇଡ କରିଦେଇ ଅଫିସରଗୁଡ଼ାକ ମନମର୍ଜି କାମ ଚଳେଇଚନ୍ତି, ବୋଧେ ଖାସ୍‌ ସେଇଥିପାଇଁ ବାବୁ ଠାକୁରଙ୍କ ଶରଣ ପଶିଛନ୍ତି। ହକି ପାଇଁ ସମସ୍ତେ ପପୁଲାର ହେବେ ଆଉ ସିଏ କାଇଁ ପଛରେ ପଡିବେ। ଯେତେହେଲେ ଖେଳମନ୍ତ୍ରୀ ସିଏ ନା ଆଉ କିଏ? ଖାସ୍‌ ସେଇଥି ପାଇଁ ବାବୁ ବୋଧେ ହକି ପଡିଆରେ ବାସ୍ତୁ ପୂଜା କରୁଛନ୍ତି।’

ରବି ଭାଇ କଥା ଶୁଣି ସମସ୍ତେ ଠୋ ଠୋ ହସିଲେ। ରବି ଭାଇ ବୁଦ୍ଧିଟା ତା ବରା ଭଳିଆ ଫୁଲିଗଲାଣି ବୋଲି କହି ହସିହସି ଖସିଗଲେ ମହାନ୍ତି ବାବୁ। ଯେତେ ହେଲେ ସିଏ ଡିପାର୍ଟମେଣ୍ଟ ଲୋକ ନା !



from Odisha Reporter https://ift.tt/2KB61Qz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages