ବିସିସିଆଇର ପରାମର୍ଶ ମାନିଲେନି, ନିଜେ ନେଲେ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବିସିସିଆଇର ପରାମର୍ଶ ମାନିଲେନି, ନିଜେ ନେଲେ ନିଷ୍ପତ୍ତି

shami

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ରଣଜୀ ମ୍ୟାଚ୍‌ରେ ୧୫ ବା ୧୭ ଓଭରରୁ ଅଧିକ ବୋଲିଂ ନ କରିବା ପାଇଁ ବିସିସିଆଇ ମହମ୍ମଦ ଶାମିଙ୍କୁ ପରାମର୍ଶ ଦେଇଥିଲେ। ତେବେ ସେ ଏହି ପରାମର୍ଶ ନ ମାନି ଗତକାଲି କେରଳ ବିପକ୍ଷରେ ୨୬ ଓଭର ବୋଲିଂ କରିଥିଲେ। ବେଙ୍ଗଲ ପକ୍ଷରୁ ଖେଳୁଥିବା ଶାମି ଗତକାଲି ୨୬ ଓଭରରେ ୧୦୦ ରନ୍ ଦେଇ ତିନିଟି ୱିକେଟ୍ ନେଇଥିଲେ।

ମ୍ୟାଚ୍ ପରେ ବିସିସିଆଇ ପରାମର୍ଶ ପ୍ରସଙ୍ଗରେ ପଚରାଯିବାର ସେ କହିଥିଲେ,“ଯେତେବେଳେ ଆପଣ ରାଜ୍ୟ ପାଇଁ ଖେଳନ୍ତି, ସେତେବେଳେ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ମୁଁ ଭଲ ଅନୁଭବ କରୁଥିଲି। ବୋଲିଂ କଲା ବେଳେ କିଛି ସମସ୍ୟା ହୋଇନି। ପିଚ୍‌ରୁ ସାହାଯ୍ୟ ମିଳିଥିଲା। ତେଣୁ ଯେତେ ବୋଲିଂ କରିପାରିବି ସେତେ କଲି। ଏହା ମୋର ନିଜସ୍ୱ ନିଷ୍ପତ୍ତି ଥିଲା।”

ସେ କହିଥିଲେ,“ଆଉ କେଉଁଠି ଯାଇ ଅଭ୍ୟାସ କରିବା ଅପେକ୍ଷା ନିଜ ଟିମ୍ ଓ ରାଜ୍ୟ ପାଇଁ ବୋଲିଂ କରିବା ଭଲ। ଏଠାରେ ଯେତେ ବୋଲିଂ କରିବି ଅଷ୍ଟ୍ରେଲିଆରେ ତାହା ସେତିକି ସହାୟକ ହେବ। ଏହା ଏକ ଭଲ ପ୍ରସ୍ତୁତି। ମୋ ପାଇଁ ମ୍ୟାଚ୍‌ରେ ଅଭ୍ୟାସ କରିବା ସବୁଠୁ ଭଲ ପ୍ରସ୍ତୁତି। ମୁଁ ସବୁବେଳେ ଏମିତି ହିଁ ଅଭ୍ୟାସ କରିବାକୁ ଚାହିଁବି।”

ଶାମିଙ୍କ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। କେରଳ ପ୍ରଥମ ଇନିସଂରେ ୨୯୧ ରନ୍ କରିଛି। ବେଙ୍ଗଲ ଟିମ୍ ଆଜି ଦ୍ୱିତୀୟ ଇନିଂସ ଖେଳୁଛି।

ଶାମି ଚଳିତ ବର୍ଷ ୯ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୩୩ଟି ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଟିମ୍‌ରେ ଶାମିଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଗତକାଲି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ଭାରତୀୟ ଦଳ ଡିସେମ୍ବର ୬ ତାରିଖରୁ ଆଡ଼ିଲେଡ୍‌ରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିବ।



from Odisha Reporter https://ift.tt/2OWrp3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages