ପଦାରେ ପଡ଼ିଲା ସାଲେପୁର ବିଜେଡିର କନ୍ଦଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ପଦାରେ ପଡ଼ିଲା ସାଲେପୁର ବିଜେଡିର କନ୍ଦଳ!

ସାଲେପୁର (ମନୋଜ ଆଚାର୍ଯ୍ୟ): ଆଜି କାଲି ବିଜେଡିର ସ୍ଥିତି ଭଲ ନଥିଲା ପରି ମନେ ହେଉଛି। କାରଣ ବାଲେଶ୍ୱର ସାଂସଦଙ୍କୁ ସ୍ଥାନୀୟ କର୍ମୀ ବିରୋଧ କରୁଥିବା ବେଳେ କଟକ ଜିଲ୍ଲା ସାଲେପୁର ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଏବେ ଚରମ ଶିଖରରେ ପହଞ୍ଚିଛି। ଏହି ନିର୍ବାଚନମଣ୍ଡଳୀରେ ଦୁଇ ନେତା ସେମାନଙ୍କ କର୍ମୀଙ୍କୁ ଧରି ପୃଥକ୍‌ ପୃଥକ୍‌ ପଦଯାତ୍ରା କରିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ଚାଲିଛି।

ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ବିଜେଡି କରୁଛି ଜନସମ୍ପର୍କ ପଦଯାତ୍ରା। ସାଲେପୁର ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରାର ଆଜି ଥିଲା ଶେଷ ଦିନ। ଅନ୍ତିମ ଦିନରେ ବିଜେଡି ନେତା ବିଶ୍ୱରଞ୍ଜନ ଖଟାଇ ତାଙ୍କର ସମର୍ଥକଙ୍କୁ ଧରି ପଦଯାତ୍ରାରେ ଯାଇ ମଧୁମଣ୍ଡପରେ ପହଞ୍ଚି ଉଦ୍‌ବୋଧନ ଦେଇଥିଲେ। ଠିକ୍‌ ସେହି ସମୟରେ ୨୦୧୪ ମସିହାରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ମଧ୍ୟ ତାଙ୍କର ସମର୍ଥକଙ୍କୁ ଧରି ପଦଯାତ୍ରାରେ ଯାଇ ପିକୋଳ ପଞ୍ଚାୟତର ଚାରିମାଣିଆରେ ପହଞ୍ଚିଥିଲେ। ସେଠାରେ ସେ କର୍ମୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ।

ଦୁଇ ନେତାଙ୍କ ସମାନ୍ତରାଳ ପଦଯାତ୍ରାକୁ ନେଇ ସାଲେପୁର ନିର୍ବାଚନମଣ୍ଡଳୀରେ ହଇଚଇ ସୃଷ୍ଟି ହୋଇଛି। ଏଥିରୁ ବିଜେଡିର ଅନ୍ତଃଦ୍ୱନ୍ଦ୍ୱ ପଦାରେ ପଡ଼ିଥିବା ଆଲୋଚନା ହେଉଛି।



from Odisha Reporter https://ift.tt/2Qnh3hK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages