ଶାହରୁଖ୍‌ଙ୍କ ପରେ ନବୀନଙ୍କୁ ଭେଟିଲେ ସଲ୍‌ମାନ୍, କାନ୍ଧ ପାଖରେ ମୁହଁ ରଖି ଫଟୋ ଉଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଶାହରୁଖ୍‌ଙ୍କ ପରେ ନବୀନଙ୍କୁ ଭେଟିଲେ ସଲ୍‌ମାନ୍, କାନ୍ଧ ପାଖରେ ମୁହଁ ରଖି ଫଟୋ ଉଠାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକରେ ହକି ବିଶ୍ୱକପ୍‌ ସେଲିବ୍ରେସନ୍ କାର୍ଯ୍ୟକ୍ରମରେ ଭାଗନେବାକୁ ଆସିଥିବା ବଲିଉଡ୍‌ ସୁପରଷ୍ଟାର୍ ଦବଙ୍ଗ ଖାନ୍ ଓରଫ୍ ସଲ୍ଲୁମିଆଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ସେ ଆଜି କଟକରେ ତାଙ୍କ ସୋ କରିବା ଅସବରରେ ନବୀନଙ୍କ ଭେଟିଥିବା ଜଣାପଡ଼ିଛି।

ନବୀନଙ୍କ ସହ ସେ ଉଠାଇଥିବା ଫଟୋ ସୋସିଆଲ୍ ମିଡିଆରେ ଆସିବା ପରେ ଖୁବ୍ ଚର୍ଚ୍ଚା ହୋଇଛି। ଫଟୋରୁ ଜଣାପଡୁଛି ଦୁହେଁ ଭେଟଘାଟ ପରେ ଖୁବ୍ ଖୁସି ଅଛନ୍ତି। ନବୀନ ଏକ ଚେୟାରରେ ବସିଛନ୍ତି, ପଛରୁ ସଲ୍‌ମାନ୍‌ ତାଙ୍କ ଦୁଇକାନ୍ଧକୁ ଧରି ବେକ ପାଖରେ ମୁହଁ ରଖି ଫଟୋ ଉଠାଇଛନ୍ତି। ନବୀନ ମଧ୍ୟ ସଲ୍‌ମାନ୍‌ଙ୍କୁ ପାଖରେ ପାଇ ଖୁବ୍ ଖୁସି ଥିବା ପରି ଦିଶୁଛନ୍ତି।

ଗତକାଲି କଳିଙ୍ଗ ଷ୍ଟାଡିୟମରେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍‌ ଓ ନବୀନଙ୍କ ଭେଟକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଦୁହେଁ କିଛି ସମୟ ଧରି କୋଳାକୋଳି ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଖୁବ୍ ଖୁସିରେ କଥା ହେବା ସହ ଦୁହେଁ ପାଖାପାଖି ଚେୟାରରେ ବସି ହକି ସେଲିବ୍ରେସନ୍ ଦେଖିଥିଲେ।



from Odisha Reporter https://ift.tt/2DQTIhB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages