ମିସ୍‌ କରିଛନ୍ତି କି ହରମନ୍‌ପ୍ରୀତ୍‌ଙ୍କ ରନ୍‌ ବର୍ଷା ଶତକ, ଦେଖନ୍ତୁ ତା’ର ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମିସ୍‌ କରିଛନ୍ତି କି ହରମନ୍‌ପ୍ରୀତ୍‌ଙ୍କ ରନ୍‌ ବର୍ଷା ଶତକ, ଦେଖନ୍ତୁ ତା’ର ଭିଡିଓ

ଗୁଏନା: ମହିଳା ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି। ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୬୦ ରନ୍‌ କରିପାରିଥିଲା।

ତେବେ ଭାରତ ବିଜୟରେ ନାୟକ ସାଜିଥିଲେ ଅଧିନାୟକ ହରମନ୍‌ପ୍ରୀତ କୌର। ସେ ମାତ୍ର ୫୧ଟି ବଲ୍‌ରେ ବିସ୍ଫୋରକ ୧୦୩ ରନ୍‌ କରିବାରୁ ଦଳ ଏତେ ବଡ଼ ସ୍କୋରରେ ପହଞ୍ଚି ପାରିଥିଲା।

ହରମନପ୍ରୀତଙ୍କ ଏହି ଶତକୀୟ ଇନିଂସ୍‌ରେ ୭ଟି ଚୌକା ଓ ୮ଟି ବିଶାଳ ଛକା ରହିଥିଲା। ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ହରମନ୍‌ପ୍ରୀତ୍ ବାକି ୫୦ ରନ୍ ମାତ୍ର ୧୬ଟି ବଲ୍‌ରୁ ସଂଗ୍ରହ କରିଥିଲେ। ଭାରତ ଆସନ୍ତାକାଲି ପାକିସ୍ତାନକୁ ଭେଟିବ। ତେଣୁ ହରମନ୍‌ପ୍ରୀତ ପୁଣି ତାଙ୍କ ଜଲୱା ଦେଖାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି କ୍ରିକେଟ୍‌ ଫ୍ୟାନ୍‌।

ଯଦି ଆପଣ ସେହି ବିସ୍ଫୋରକ ଇନିଂସ୍‌କୁ ଦେଖି ନାହାନ୍ତି, ତା’ହେଲେ ଏବେ ଦେଖନ୍ତୁ



from Odisha Reporter https://ift.tt/2QxIgei

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages