ଏମିତି ଆଉଟ୍‌ କେବେ ଆଗରୁ ଦେଖିଛନ୍ତି କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଏମିତି ଆଉଟ୍‌ କେବେ ଆଗରୁ ଦେଖିଛନ୍ତି କି

ଦୁବାଇ: କ୍ରିକେଟ୍‌ରେ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଟସ୍‌ମ୍ୟାନ୍‌ମାନେ ଆଉଟ୍‌ ହେବାର ନଜିର ରହିଛି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ଶୋଏବ ମାଲିକ ଯେଉଁଭଳି ଆଉଟ୍‌ ହୋଇଛନ୍ତି, ତା’ର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ପାକିସ୍ତାନ ଇନିଂସ୍‌ର ୩୩ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ଶୋଏବ ବ୍ୟାଟିଂ କରୁଥିବା ବେଳେ ଲୋସକେଇ ଫରଗୁସନ୍‌ ବୋଲିଂ କରୁଥିଲେ। ଫରଗୁସନ୍‌ ଏକ ଶଟ୍‌ ବଲ୍‌ ପକାଇଥିବା ବେଳେ ଶୋଏବ ଏହାକୁ ଲେଗ୍‌ ଷ୍ଟାଇଡ୍‌ରେ ଖେଳିବା ପାଇଁ ପୁଲ୍‌ କରିଥିଲେ। ତେବେ ବଲ୍‌ଟି ଶଟ୍‌ ଲେଗ୍‌ରେ ଫିଲ୍ଡିଂ କରୁଥିବା ନିକୋଲାସ୍‌ଙ୍କ କାନ୍ଧରେ ମାଡ଼ ହୋଇଥିଲା।

ବଲ୍‌ଟିର ବେଗ୍‌ ଏତେ ଜୋର ଥିଲା ଯେ ଏହା ନିକୋଲାସ୍‌ଙ୍କ କାନ୍ଧରେ ମାଡ଼ ହୋଇ ଉପରକୁ ଉଠି ଯାଇଥିଲା। ଫଳରେ ମିଡ୍‌ ୱିକେଟ୍‌ରେ ଫିଲ୍ଡିଂ କରିଥିବା ଇଶ ଶୋଢ଼ି ଏହାକୁ କ୍ୟାଚ୍‌ କରିନେଇଥିଲେ। ଫଳରେ ଶୋଏବଙ୍କୁ ପ୍ୟାଭିଲିୟନ୍‌ ଫେରିବାକୁ ପଡ଼ିଥିଲା।

ବଲ୍‌ ମାଡ଼ ହେବାରୁ ନିକୋଲସ୍‌ କିଛି ସମୟ ପାଇଁ ତଳେ ପଡ଼ିଯାଇଥିଲେ। ଶୋଏବ୍‌ ମଧ୍ୟ ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ନିକୋଲାସ୍‌ଙ୍କ ପାଖକୁ ଯାଇ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିଥିଲେ।

ଦେଖନ୍ତୁ ଭିଡିଓ:

Lockie Ferguson Wicket v Pakistan ODI 2

This would have to be one of the stranger dismissals we've seen! Tough second ODI in Abu Dhabi but we move on to a decider in Dubai.

Blackcaps यांनी वर पोस्ट केले शुक्रवार, ९ नोव्हेंबर, २०१८



from Odisha Reporter https://ift.tt/2PhqW0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages