
ନୂଆଦିଲ୍ଲୀ: ଜଣେ ଫ୍ୟାନ୍ ଭାରତୀୟ ବ୍ୟାଟସ୍ମ୍ୟାନଙ୍କ ବ୍ୟାଟିଂ ଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି କହିଥିବାରୁ ତାଙ୍କୁ ଦେଶ ଛାଡ଼ିବାକୁ କହି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅଡ଼ୁଆରେ ପଡ଼ିଛନ୍ତି।
ବିରାଟ୍ ଜଣେ ଫ୍ୟାନ୍ଙ୍କୁ ଏଭଳି ଆକ୍ଷେପ କରିବା ଘଟଣା ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ସର୍ବଦା ଫ୍ୟାନ୍ଙ୍କ ଗୁଡ଼୍ ବୁକ୍ରେ ଥିବା ବିରାଟ୍ ଏବେ ବ୍ୟାଡ୍ ବୟ ତାଲିକାକୁ ଆସି ଯାଛନ୍ତି।
ନଭେମ୍ବର ୫ରେ ବିରାଟ୍ ତାଙ୍କ ୩୦ତମ ଜନ୍ମ ଦିନରେ ଏକ ମୋବାଇଲ୍ ଆପ୍ ଆରମ୍ଭ କରିଥିଲେ। ଏହି ଆପ୍ ଜରିଆରେ ସେ କିଛି ଫ୍ୟାନ୍ ପଠାଇଥିବା ବାର୍ତ୍ତା ଗୁଡ଼ିକ ପଢ଼ିଥିଲେ ଏବଂ ଏହାର ଜବାବ ଦେଇଥିଲେ।
ତେବେ ହଠାତ୍ ଜଣେ ଫ୍ୟାନ୍ କରିଥିବା ମେସେଜ୍ରେ କିଛି ସମୟ ପାଇଁ ବିରାଟ୍ ଅଟକି ଯାଇଥିଲେ। ଫ୍ୟାନ୍ ଜଣଙ୍କ କରିଥିବା ମେସେଜ୍କୁ ବିରାଟ୍ ପଢ଼ିଥିଲେ। ଏଥିରେ ଫ୍ୟାନ୍ ଜଣଙ୍କ ଉଲ୍ଲେଖ କରିଥିଲେ ଯେ “ଭାରତୀୟ ବ୍ୟାଟସ୍ମ୍ୟାନ୍ଙ୍କ ବ୍ୟାଟିଂ ଶୈଳୀ ବିଶେଷ କରି ତୁମର(ବିରାଟ୍) ବ୍ୟାଟିଂରେ କିଛି ସ୍ୱତନ୍ତ୍ରତା ଥିବା ଭଳି ମନେହୁଏ ନାହିଁ। ହେଲେ ଇଂଲିଶ ଓ ଅଷ୍ଟ୍ରେଲିଆନ୍ ବ୍ୟାଟସ୍ମ୍ୟାନ୍ଙ୍କ ବ୍ୟାଟିଂ ଦେଖିବାକୁ ବେଶୀ ଭଲ ଲାଗେ।”
ଏହାର ଉତ୍ତର ଦେଇ ବିରାଟ୍ କହିଥିଲେ, “ଯଦି ଏମିତି କଥା ତା’ହେଲେ ଆପଣ ଭାରତରେ ରହିବା ଠିକ୍ ନୁହେଁ। ଆପଣ ବୋଧେ ଆଉ କେଉଁ ଦେଶରେ ରହିବା ଠିକ୍ ହେବ ନୁହେଁ? କ’ଣ ପାଇଁ ଆପଣ ଆମ ଦେଶରେ ରହି, ଅନ୍ୟ ଦେଶକୁ ଭଲ ପାଉଛନ୍ତି? ଆପଣ ମୋତେ ଭଲ ପାଆନ୍ତି ନାହିଁ ବୋଲି ମୁଁ ଖରାପ ଭାବୁନାହିଁ। କିନ୍ତୁ ମୁଁ ଭାବୁନି ଆପଣ ଆମ ଦେଶରେ ରହି ଅନ୍ୟ ଦେଶର ଜିନିଷ ସବୁ ପସନ୍ଦ କରନ୍ତୁ।”
ବିରାଟ୍ଙ୍କ ଏଭଳି ବୟାନ ଦେଉଥିବା ଭିଡିଓଟିକୁ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଅନେକ ଲୋକ ପ୍ରତିକ୍ରିୟା ଦେଇ ବିରାଟ୍ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଦେଖନ୍ତୁ ଭିଡିଓ:
Is #Kohli asking his non-Indian fans to leave their country and come to India🤔🤔.. Or to sort their priorities? #WTF pic.twitter.com/tRAX4QbuZI
— H (@Hramblings) November 6, 2018
from Odisha Reporter https://ift.tt/2PgCbX5
No comments:
Post a Comment