ଅମିତାଭଙ୍କ ସାମ୍ନାରେ ସିଗାରେଟ୍‌ ପିଇବା ପୂର୍ବରୁ ଆମୀର୍‌ ଶାହାରୁଖ୍‌ଙ୍କୁ ପଚାରିଥିଲେ ଏହି ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଅମିତାଭଙ୍କ ସାମ୍ନାରେ ସିଗାରେଟ୍‌ ପିଇବା ପୂର୍ବରୁ ଆମୀର୍‌ ଶାହାରୁଖ୍‌ଙ୍କୁ ପଚାରିଥିଲେ ଏହି ପ୍ରଶ୍ନ

amir

ମୁମ୍ବାଇ: ଯେଉଁ ଫିଲ୍‌ଡ୍‌ରେ ଯିଏ ଯେତେ ବଡ଼ ଷ୍ଟାର୍‌ ହେଲେ ବି ଅନ୍ୟ ଜଣେ ଭେଟେରାନ୍‌ଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ଥାଏ। ଖାସ୍ ବଲିଉଡ୍‌ରେ ଏଭଳି ପରମ୍ପରାର ବହୁ ଝଲକ୍‌ ଦେଖିବାକୁ ମିଳିଥାଏ।

ଆମେ ଏଠାରେ ବଲିଉଡ୍‌ ମିଷ୍ଟର ପରଫେକ୍‌ସନିଷ୍ଟ୍‌ଙ୍କ କଥା କହୁଛୁ। ନିଜର ଆଦର୍ଶ ବୋଲି ଭାବୁଥିବା ବଲିଉଡ୍‌ର ବିଗ୍‌ ବିଙ୍କୁ ଆମୀର୍ ଖାନ୍‌ ଖୁବ୍‌ ସମ୍ମାନ କରନ୍ତି। ତାଙ୍କ ସମ୍ମୁଖରେ କିଛି ବି ଭୁଲ୍‌ କାମ କରିବା ପୂର୍ବରୁ ସେ ୧୦ ଥର ଭାବନ୍ତି। କାଳେ ତାଙ୍କୁ କିଛି ଖରାପ ଲାଗିଯିବ, ସେଥିପ୍ରତି ସବୁବେଳେ ସତର୍କ ରୁହନ୍ତି।

amitabଆମୀର ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନର ଶୁଟିଂ’ ସମୟରେ ଅମିତାଭ୍‌ଙ୍କ ସାମ୍ନାରେ ସେ ସିଗାରେଟ୍‌ ଟାଣିବେ ନା ନାହିଁ, ତାହା ଶାହାରୁଖ୍‌ଙ୍କୁ ପଚାରିଥିଲେ। ଏହି କଥା ଆମୀର ଏକ ସାକ୍ଷାତକାରରେ କହିଛନ୍ତି।

ଆମୀର କହିଛନ୍ତି, ‘‘ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ର ଶୁଟିଂ ପୂର୍ବରୁ ମୁଁ ଶାହାରୁଖ୍‌ ଖାନ୍‌ଙ୍କୁ ସାକ୍ଷାତ କରିଥିଲି। ଆଉ ଶାହାରୁଖ୍‌ଙ୍କୁ ପଚାରିଥିଲି, ‘କ’ଣ ମୁଁ ଆମିତାଭ୍‌ଙ୍କ ସମ୍ମୁଖରେ ସିଗାରେଟ୍‌ ଟାଣି ପାରିବି।’  ଜବାବରେ ଶାହାରୁଖ୍‌ କହିଥିଲେ, ” ହଁ, କାହିଁକି ନୁହେଁ। ସେ ବହୁତ୍‌ କୁଲ୍‌। ସେ କିଛି ଖରାପ ଭାବିବେନି।’’

ଆମୀର କୁହନ୍ତି ‘‘ଅମିତାଭ୍‌ ବଚ୍ଚନଙ୍କର ଯେତେ ବି ପ୍ରଶଂସା କଲେ ତାହା କମ୍‌ ହେବ। ମୋତେ ଲାଗେ, ମୁଁ ହିଁ ସବୁଠୁ ଅଧିକା ପରିଶ୍ରମ କରୁଛି କିନ୍ତୁ ସେ ବି ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ମୋ ଠାରୁ ଅଧିକ ପରିଶ୍ରମ କରିଥା’ନ୍ତି।”



from Odisha Reporter https://ift.tt/2RDpzpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages