ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ବୋଲିଂ କଲେ ବିରାଟ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ବୋଲିଂ କଲେ ବିରାଟ୍‌, ଦେଖନ୍ତୁ ଭିଡିଓ

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବ୍ୟାଟିଂ କରି ଅନେକ ଥର ମ୍ୟାଚ୍‌ ଜିତାଇଛନ୍ତି। ହେଲେ ବିରାଟ୍‌ ବୋଲିଂ କରିବା ହୁଏତ ବହୁତ କମ୍‌ ଲୋକ ଦେଖିଥିବେ। ହଁ ପୂର୍ବରୁ ବିରାଟ୍‌ ଟି-୨୦ରେ ବୋଲିଂ କରିଥିବା କ୍ରିକେଟ୍‌ ଫ୍ୟାନ୍‌ ଦେଖିଥିଲେ।

ହେଲେ ଅଷ୍ଟ୍ରେଲିଆ ମାଟିରେ ତା’ପୁଣି ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ୍‌ ବୋଲିଂ କରିବେ ବୋଲି କେବେ କେହି ଭାବି ନଥିବେ। ବିରାଟ୍‌ କିନ୍ତୁ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି।

ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସିଡ୍‌ନୀରେ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳୁଛି। ଏହି ଅଭ୍ୟାସ ମ୍ୟାଚ୍‌ର ୩ୟ ଦିନରେ ବିରାଟ୍‌ ବୋଲିଂ କରିଛନ୍ତି। ବିରାଟ୍‌ ତୃତୀୟ ଦିବସରେ ମାତ୍ର ୨ ଓଭର୍‌ ବୋଲିଂ କରି ୬ ରନ୍‌ ଦେଇଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟ୍‌ ଫ୍ୟାନ୍‌ମାନେ ସେମାନଙ୍କର ଅତିପ୍ରିୟ ବିରାଟ୍‌ଙ୍କୁ ପ୍ରଶାଂସ କରିବାକୁ ପଛାଇ ନାହାନ୍ତି। ଅଷ୍ଟ୍ରେଲିଆ ମାଟିରେ ବିରାଟ୍‌ ୪ର୍ଥ ସିମ୍‌ର ଭାବେ କାର୍ଯ୍ୟ କରିବେ ବୋଲି କିଛି ଫ୍ୟାନ୍‌ ମତଦେଇଛନ୍ତି। ଆଉ କିଛି ଫ୍ୟାନ୍‌ ବିରାଟ୍‌ ଟିମ୍‌ ଇଣ୍ଡିଆର ଉପଯୁକ୍ତ ଅଲରାଉଣ୍ଡର ବୋଲି କହିଛନ୍ତି।

ଭାରତ ପ୍ରଥମେ ବ୍ୟାଟିଂ କରି ଏହି ମ୍ୟାଚ୍‌ରେ ୩୫୮ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ଏକାଦଶ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ୩୫୬ ରନ୍‌ କରିଛି। ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2rctUVM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages