ପେଟଗରମ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏ ସବୁ ଘରୋଇ ଟିପ୍ସ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ପେଟଗରମ ସମସ୍ୟା ଭୋଗୁଛନ୍ତି କି? ଆପଣାନ୍ତୁ ଏ ସବୁ ଘରୋଇ ଟିପ୍ସ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ ଗରମ ହେବା ଏକ ସାଧାରଣ ସମସ୍ୟା। ହେଲେ ଏହି ସମସ୍ୟା ବେଳେ ବେଳେ ଅଧିକ ବଢ଼ି ଭୟାନକ ରୂପ ମଧ୍ୟ ନେଇଥାଏ। ବେଳେ ବେଳେ ପେଟ ଗରମ ସମସ୍ୟା କିଡ୍‌ନୀ ଓ ପାକସ୍ଥଳୀ ଯାଏ ପହଞ୍ଚିଥାଏ। ଫଳରେ ପାକସ୍ଥଳୀ ଓ କୀଡନି ଜନିତ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼େ।

ପେଟ ଗରମ ସମସ୍ୟା ବିଶେଷ କରି ଶୀତ ଦିନରେ ଅଧିକ ଦେଖାଦେଇଥାଏ। କାରଣ ଏହି ଦିନରେ ପାଣିପାଗ ଅତ୍ୟନ୍ତ ଶୀତଳ ଥିବା ଯୋଗୁ ଆମେ ପାଣି ପିଇବାରେ କୁଣ୍ଠାବୋଧ କରିଥାଉ। ଏହା ବ୍ୟତୀତ ଆମେ ଶୀତ ଦିନରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ସମୟ କମ୍ବଳ କିମ୍ବା ରେଜେଇ ଘୋଡ଼େଇ ହୋଇ ବସୁ ବା ଶୋଇଥାଉ। ଏହା ଆମ ଶରୀରକୁ ଗରମ କରିବା ସହ ପେଟକୁ ମଧ୍ୟ ଗରମ କରିଦେଇଥାଏ।

ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡ଼େ।

ପେଟ ଗରମ ହେଲେ ହଳଦିଆ ପରିସ୍ରା ହୁଏ ଓ ପରିସ୍ରା କରିବା ସମୟରେ ଜଳାପୋଡା, ଶୁଖିଲା କାଶ ଭଳି ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ତେବେ ଆଜି ଆମେ ଜାଣିବା କିପରି ଘରୋଇ ଉପାୟରେ ପେଟ ଗରମ୍‌କୁ ଭଲ କରି ହେବ।

୧- ପେଟ ଗରମ୍ ହେବାର ଅର୍ଥ ଶରୀରକୁ ପ୍ରଚୁର ପରିମାଣର ପାଣିର ଆବଶ୍ୟକତା ଅଛି। ଯଦି ଆପଣ ଦିନରେ ୫ରୁ୬ ଲିଟର ପାଣି ପିଇବେ ତା’ହେଲେ ଆପଣଙ୍କୁ ପେଟ ଗରମ୍ ସମସ୍ୟାରୁ ମୁକ୍ତି ମିଳିପାରିବ।

୨- ଯଦି ଆପଣ ସମ୍ପୂର୍ଣ୍ଣ ଦିନରେ ୫ ରୁ ୬ ଲିଟର ପାଣି ପିଇ ପାରୁ ନାହାନ୍ତି, ତେବେ ଆପଣ ଲେମ୍ବୁ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ମଧ୍ୟ ପେଟ ଗରମ୍ ସମସ୍ୟା ଭଲ ହୋଇଥାଏ।

୩- ପଇଡ଼ ପାଣି ମଧ୍ୟ ପେଟ ଗରମ ପାଇଁ ଭଲ କାମ କରେ। ପଇଡ଼ ପାଣି ପିଇବ ଦ୍ଵାରା ପେଟ ଥଣ୍ଡା ହୋଇଥାଏ।

୪-  ଗ୍ଲୁକୋଜ୍ ପିଇଲେ ମଧ୍ୟ ପେଟ ଗରମ ସମସ୍ୟାରୁ ଉପଶମ ମିଳେ। ଏଥିସହ ଗ୍ଲୁକୋଜ ପିଇଲେ ଆମ ଶରୀରକୁ ଶକ୍ତି ମଧ୍ୟ ମିଳେ। ଶୀଘ୍ର ଥକାପଣ ଲାଗେ ନାହିଁ। କାମ କରିବାରେ ଫୁର୍ତ୍ତି ଲାଗେ।

୫- ପେଟ ଗରମ୍ ହେଲେ ଘୋଳ ଦହି ମଧ୍ୟ ଏକ ଉତ୍ତମ ବିକଳ୍ପ। ଆପଣ ଏହାକୁ ଘରେ ତିଆରି କରିପାରିବେ କିମ୍ବା ବଜାରରୁ ମଧ୍ୟ କିଣି ପିଇପାରିବେ।

୬- ପଖାଳ ମଧ୍ୟ ପେଟ ଗରମକୁ ଭଲ କରିଥାଏ। ତେଣୁ ଆପଣ ଯଦି ପଖାଳ ଖାଉଛନ୍ତି ତେବେ ପଖାଳ ତୋରାଣି ପିଇବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଉସୁନା ଭାତର ପଖାଳ ପେଟ ଜନିତ ସମସ୍ୟା ଭଲ କରିଥାଏ।

 ୭- ଆଉ ଏକ ଉତ୍ତମ ବିକଳ୍ପ ହେଉଛି ତାଳ ମିଶିରି। ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ କିଛି ତାଳ ମିଶ୍ରି ବତୁରାଇ ରଖି ଦିଅନ୍ତୁ। ଏହାକୁ ସକାଳେ ଉଠି ଫେଣ୍ଟି ଖାଲି ପେଟରେ ପିଅନ୍ତୁ। ଦେଖିବେ କେମିତି ଆରାମ ଲାଗିବ।

 



from Odisha Reporter https://ift.tt/2znpZsL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages