ଧନ୍‌ତେରାସ୍‌ରେ କାହିଁକି କିଣାଯାଏ ସୁନା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଧନ୍‌ତେରାସ୍‌ରେ କାହିଁକି କିଣାଯାଏ ସୁନା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନ ଓ ତେରସ୍‌ ଭଳି ଦୁଇଟି ଶବ୍ଦ ମିଶି ହୋଇଛି ଧନତେରସ୍‌। ଧନର ଅର୍ଥ ସମୃଦ୍ଧି ଏବଂ ତେରସ୍‌ ଶବ୍ଦଟି ହିନ୍ଦୁ କ୍ୟାଲେଣ୍ଡର୍‌ର ୧୩ତମ ଦିନକୁ ବୁଝାଏ। ଯାହାକୁ ଓଡ଼ିଆ ତ୍ରୟୋଦଶୀ ବୋଲି କୁହାଯାଇଥାଏ। ତେଣୁ ପ୍ରତିବର୍ଷ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ପାଳନ କରାଯାଇଥାଏ ଧନ୍‌ତେରାସ୍‌ ଉତ୍ସବ।

ଦାପୀବଳିର ଦୁଇଦିନ ପୂର୍ବରୁ ପାଳନ କରାଯାଉଥିବା ଧନ୍‌ତେରାସ୍‌ରେ ଜିନିଷ କିଣିବା ବିଶେଷ କରି ସୁନା କିଣିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।

ଅଧିକାଂଶ ଲୋକ ମଧ୍ୟ ଏହି ଦିନ ସୁନା କିଣିବାକୁ ପସନ୍ଦ କରିଥାନ୍ତି।

ହେଲେ କ’ଣ ଆପଣ ଜାଣିଛନ୍ତି, ଏହି ଦିନ ସୁନା କାହିଁକି କିଣାଯାଇଥାଏ?

ଏହାର ପଛର ଏକ ପୌରାଣିକ କାହାଣୀ ରହିଛି। ଆସନ୍ତୁ ଜାଣିବା କାହାଣୀଟି କ’ଣ।

ହିମ ନାମକ ଜଣେ ରାଜା ଥିଲେ। ସେହି ରାଜାଙ୍କର ପୁଅକୁ ଅଭିଶାପ ମିଳିଥିଲା ଯେ, ଯେବେ ସେ ବିବାହ କରିବେ, ତାର ଠିକ୍‌ ଚାରିଦିନ ପରେ ତାଙ୍କର ମୃତ୍ୟୁ ହେବ। ଏଣୁ ହିମଙ୍କ ପୁତ୍ର ଚିନ୍ତିତ ରହୁଥିଲେ ଓ ବିବାହ କରିବାକୁ ଭୟ କରୁଥିଲେ।

କିନ୍ତୁ ସମୟ କ୍ରମେ ହିମ ପୁତ୍ରଙ୍କ ବାହାଘର ଠିକ୍‌ ହେଲା। ଯେଉଁ ରାଜକୁମାରୀଙ୍କ ସହ ତାଙ୍କର ବାହାଘର ଠିକ୍‌ ହେଲା, ସେ ତାଙ୍କ ସ୍ୱାମୀଙ୍କ ଅଭିଶାପ ବିଷୟରେ ଜାଣିବାକୁ ପାଇଲେ। ଏହା ଶୁଣିବା ପରେ ସେ ନିଜ ସ୍ୱାମୀକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଏକ ଯୋଜନା ତିଆରି କଲେ।
ବାହାଘରର ଚାରି ଦିନ ପରେ ରାଜକୁମାରୀ ତାଙ୍କ ସ୍ୱାମୀଙ୍କୁ ସାରା ରାତି ଉଜାଗର ରହିବା ପାଇଁ କହିଲେ। ଏହାପରେ ସେ ତାଙ୍କ ଶୟନ କକ୍ଷର କବାଟ ଓ ଚତୁଃପାର୍ଶ୍ୱ ସୁନାଚାନ୍ଦି ଏବଂ ବହୁମୂଲ୍ୟ ସମ୍ପଦରେ ସଜାଇଲେ। କକ୍ଷର ଚାରିପଟେ ଦୀପ ମଧ୍ୟ ଜଳାଇ ରଖିଲେ। ନିଜ ସ୍ୱାମୀଙ୍କୁ ଅନିଦ୍ରା ରଖି ସାରା ରାତି ତାଙ୍କୁ ଗୀତ ଓ କାହାଣୀ ଶୁଣାଇଲେ।
ଏହାର କିଛି ସମୟ ପରେ ଯମରାଜ ସାପ ରୂପରେ ତାଙ୍କ ସ୍ୱାମୀଙ୍କ ଜୀବନ ନେବା ପାଇଁ ଆସିଲେ। କିନ୍ତୁ କକ୍ଷରେ ଜଳୁଥିବା ଦୀପ ଓ ଆଭୂଷଣର ଆଲୋକରେ ତାଙ୍କୁ କିଛି ଦେଖା ଗଲାନାହିଁ।

ଆଭୂଷଣ ଯୋଗୁ ସେ ଘର ମଧ୍ୟରେ ଠିକ୍‌ ଭାବରେ ପ୍ରବେଶ କରି ପାରିଲେ ନାହିଁ। ଯମରାଜ ସାପ ରୂପରେ ସେହି ଆଭୂଷଣ ଉପରେ ବସି ଗୀତ ଶୁଣିବାକୁ ଲାଗିଲେ ଏବଂ ସକାଳ ହେବା ମାତ୍ରେ ସେ ରାଜା ହିମଙ୍କର ପୁଅର ଜୀବନଦାନ ଦେଇ ଚାଲିଗଲେ।

ସେହି ଦିନଠାରୁ ହିମଙ୍କ ପୁତ୍ର ଅଭିଶାପ ମୁକ୍ତ ହୋଇଗଲେ ଆଉ ସୁନା ଏକ ଶୁଭ କାରକ ଦ୍ରବ୍ୟ ଭାବେ ପରିଗଣିତ ହେଲା।

ଏଣୁ ଧନତେରସ୍‌ରେ ଏହାକୁ କିଣିବା ଦ୍ୱାରା ସ୍ୱାମୀ, ପିଲାଛୁଆ ଓ ପରିବାରର ଉନ୍ନତି ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି କାରଣରୁ ସେହି ଦିନଠାରୁ ସୁନା କିଣି ଓ ଦୀପ ଲଗାଇ ଧନ୍‌ତେରାସ୍‌ ଉତ୍ସବ ପାଳନ କରାଯାଇଥାଏ।
ଏହି ଦିନ ଯମଙ୍କୁ ମଧ୍ୟ ଦୀପଦାନ କରାଯାଇଥାଏ। ଲକ୍ଷ୍ମୀ ପୂଜା ଦିନ ଧନ୍‌ତେରାସ୍ ପଡ଼ୁଥିବାରୁ ଏହି ଦିନ ନୂଆ ଜିନିଷ କିଣାଯାଇଥାଏ। କୁହାଯାଏ ନୂଆ ଜିନିଷ କିଣିଲେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହି ଦିନ କୁବେରଙ୍କୁ ପୂଜା ମଧ୍ୟ କରାଯାଇଥାଏ।



from Odisha Reporter https://ift.tt/2Jxyhmw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages