ପୁରୁଣା ଦଳ ସହ ୫ ଦଶନ୍ଧିର ସମ୍ପର୍କ ତୁଟାଇଲେ ରାଜପାକ୍ସେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ପୁରୁଣା ଦଳ ସହ ୫ ଦଶନ୍ଧିର ସମ୍ପର୍କ ତୁଟାଇଲେ ରାଜପାକ୍ସେ

କଲୋମ୍ବୋ: ଶ୍ରୀଲଙ୍କା ରାଜନୀତିର ପରିଚିତ ଚେହେରା ତଥା ରାଷ୍ଟ୍ରପତି ମଇଥ୍ରୀପାଲ ଶିରିସେନାଙ୍କ ଦ୍ୱାରା ବିବାଦୀୟଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ମହିନ୍ଦା ରାଜପାକ୍ସେ ଏସ୍‌ଏଲଏଫ୍‌ପି ସହ ୫୦ ବର୍ଷର ସମ୍ପର୍କ ତୁଟାଇଛନ୍ତି। ସେ ଏବେ ନୂତନ ଦଳ ଶ୍ରୀଲଙ୍କା ପିପୁଲ୍ସ ପାର୍ଟି(ଏସ୍‌ଏଲ୍‌ପିପି)ରେ ଯୋଗ ଦେଇଛନ୍ତି।

ସେ ଏଭଳି ପଦକ୍ଷେପ ନେବାପରେ ଜାନୁଆରୀ ୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ଓହ୍ଲାଇବା ନେଇ ସ୍ପଷ୍ଟ ହୋଇଯାଇଛି। ଏଥର ସେ ଶିରିସେନାଙ୍କ ଏସ୍‌ଏଲ୍‌ଏଫ୍‌ପି ଦଳରେ ନୁହେଁ ବରଂ ନୂଆ ଦଳରୁ ଲଢ଼ିବା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ୨୦୦୫ ମସିହାରୁ ଶ୍ରୀଲଙ୍କାକୁ ଶାସନ କରିଆସିଥିବା ରାଜପାକ୍ସେ ୨୦୧୫ରେ ଶିରିସେନାଙ୍କଠାରୁ ରାଷ୍ଟ୍ରପତି ନିର୍ବାଚନରେ ହାରିଯାଇଥିଲେ। ଏହି ପରାଜୟ ପଛରେ ମୁଖ୍ୟ କାରଣ ଥିଲା ବିକ୍ରମସିଂଘେଙ୍କ ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟି।



from Odisha Reporter https://ift.tt/2qELCBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages