ବିବାଦରେ ପଞ୍ଚୁପାଣ୍ଡବ ମହୋତ୍ସବ, କମିଟି ସମ୍ପାଦକଙ୍କୁ ଆକ୍ରମଣକୁ ବିରୋଧ କଲା ଯୁବ ସ୍ୱାଭିମାନ ମଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ବିବାଦରେ ପଞ୍ଚୁପାଣ୍ଡବ ମହୋତ୍ସବ, କମିଟି ସମ୍ପାଦକଙ୍କୁ ଆକ୍ରମଣକୁ ବିରୋଧ କଲା ଯୁବ ସ୍ୱାଭିମାନ ମଞ୍ଚ

ନୂଆଗାଁ: ଗତ ଦୁଇ ବର୍ଷ ଧରି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ହେଉଥିବା ରାଜ୍ୟସ୍ତରୀୟ ପଞ୍ଚୁପାଣ୍ଡବ ମହୋତ୍ସବ କୁ ନେଇ ଏବେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ସବୁ ଦଳର ଅତିଥିଙ୍କୁ ନିମନ୍ତ୍ରଣ ଏବଂ କେବଳ ବିଜୁ ଜନତା ଦଳର ନେତାଙ୍କ ନିମନ୍ତ୍ରଣ ନେଇ ମହୋତ୍ସବ କମିଟି ସମ୍ପାଦକ ଶିବରାମ ମହାପାତ୍ର ଏବଂ ଦଶପଲ୍ଲାରୁ ବିଜୁ ଜନତା ଦଳର ବିଧାୟକ ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ଗୋଷ୍ଠୀ ଭିତରେ କନ୍ଦଳ ଦେଖା ଦେଇଛି।

ମହୋତ୍ସବ କମିଟିର ନିଷ୍ପତ୍ତି କ୍ରମେ ଏଥରର ମହୋତ୍ସବକୁ ସବୁଦଳର ନେତା ଏବଂ ଅନ୍ୟାନ୍ୟ ଅତିଥିଙ୍କୁ ଡାକିବାକୁ ନିଷ୍ପତି ହୋଇଥିବା ବେଳେ ବିଧାୟକଙ୍କ ଅନୁଗତ ଗୋଷ୍ଠୀ ଏହାକୁ ବିରୋଧ କରୁଥିବା ଜଣାଯାଇଛି। ତେଣୁ ବିଧାୟକ ନିଜ ଦଳୀୟ ଲୋକଙ୍କୁ ଡକାଇ ନିଜେ ନିଜେ ଏକ କମିଟି ଗଢ଼ିଥିବାବେଳେ ଏହାକୁ କମିଟିର ସଦସ୍ୟମାନେ ବିଧାୟକଙ୍କୁ ଦୃଢ଼ ବିରୋଧ କରିଛନ୍ତି।

ଘଟଣା ଏତିକିରେ ସୀମିତ ହୋଇ ରହିନାହିଁ। ଏହାପରେ ବିଧାୟକଙ୍କ ଜଣେ ଟାଣୁଆ ସମର୍ଥକ ତଥା ନୂଆଗାଁ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଏହାକୁ ନେଇ ଶିବରାମଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ସଭାପତି ରମେଶଙ୍କର ଏପରି ଆକ୍ରମଣକୁ ପ୍ରତିବାଦକରି ତଥା ଶିବରାମଙ୍କୁ ସମର୍ଥନ ଜଣାଇ ଆଜି ନୂଆଗାଁ ଯୁବ ସ୍ୱାଭିମାନ ମଞ୍ଚ ତରଫରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ସାମିଲ ହୋଇ ଶିବରାମଙ୍କୁ ହୋଇଥିବା ଆକ୍ରମଣର ଦୃଢ଼ ପ୍ରତିବାଦ ଜଣାଇଥିଲେ।



from Odisha Reporter https://ift.tt/2qDPEcS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages