ଦୁଇ ଟେଷ୍ଟ୍‌ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ନୂଆଁ ମୁହଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଦୁଇ ଟେଷ୍ଟ୍‌ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ନୂଆଁ ମୁହଁ

ମେଲବର୍ଣ୍ଣ: ଆସନ୍ତା ଡିସେମ୍ବର ୬ରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଅଷ୍ଟ୍ରେଲିଆ ଆଜି ଘୋଷଣା ହୋଇଛି। ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଘୋଷିତ ୧୪ ଜଣିଆ ସ୍କ୍ୱାଡ୍‌ରେ ଦୁଇ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଜଣେ ହେଲେ ମାର୍କସ୍‌ ହାରିସ୍‌ ଓ ଅନ୍ୟ ଜଣଙ୍କ ନାଁ କ୍ରିସ୍‌ ଟ୍ରେମାଇନ୍‌।

ଭାରତ ପ୍ରଥମ ଟେଷ୍ଟ ଆଡିଲେଡ୍‌ରେ ଓ ପରେ ପର୍ଥରେ ଦ୍ୱିତୀୟ ଟେଷ୍ଟ ଖେଳିବ।

୨୬ ବର୍ଷୀୟ ମାର୍କସ୍‌ ଗତମାସରେ ନ୍ୟୁ ସାଉଥ୍‌ ୱେଲସ୍‌ ବିପକ୍ଷରେ ୨୫୦ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ। ସେ ଭାରତ ବିପକ୍ଷ ଟେଷ୍ଟ୍‌ରେ ଆରୋନ୍‌ ଫିଞ୍ଚଙ୍କ ସହ ଓପନ୍‌ କରିବାର ସମ୍ଭାବନା ରହିଛି। ଟ୍ରେମାଇନ୍‌ଙ୍କୁ ବୋଲର୍‌ ଭାବେ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଏହି ଦୁଇ ଜଣ ନବାଗତ ହୋଇଥିବା ବେଳେ ଅନ୍ୟ ୧୨ ଜଣ ବେଶ ଅଭିଜ୍ଞ ଖେଳାଳି।

୧୪ ଜଣିଆ ସ୍କ୍ୱାଡ୍‌ରେ ଉସମାନ ଖ୍ୱାଜା ରହିଥିଲେ ହେଁ ତାଙ୍କ ଫିଟ୍‌ନେସ୍‌କୁ ନେଇ ଦଳ ଚିନ୍ତାରେ ରହିଛି। ଯଦି ସେ ଫିଟ୍‌ ରୁହନ୍ତି, ତା’ହେଲେ ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସିବେ।

ପାକିସ୍ତାନ ବିପକ୍ଷରେ ଟେଷ୍ଟ୍‌ ଖେଳିଥିବା ମାରନୁସ ଲାବୁସାଚେଙ୍ଗଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଗତବର୍ଷ ଆଶେସ୍ ସିରିଜ୍‌ରୁ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ପିଟର୍‌ ହ୍ୟାଣ୍ଡସ୍କମ୍ବଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍‌ ପାଇଁ ଡାକରା ମିଳିଛି।

ସେହିପରି ବୋଲିଂ ଦାୟିତ୍ୱ ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହେଜେଲଉଡ୍‌, ପ୍ୟାଟ୍‌ କମିନ୍ସ ଓ ନାଥନ ଲିୟନ୍‌ଙ୍କ ଉପରେ ରହିଛି। ଏମାନଙ୍କ ବ୍ୟତୀତ ନବାଗତ ଟ୍ରେମାଇନ୍‌ ଓ ଅଭିଜ୍ଞ ପିଟର୍‌ ସିଡଲ୍‌ଙ୍କୁ ଦଳ ୪ର୍ଥ ପେସ୍‌ ବୋଲର ଭାବେ ଦଳରେ ସାମିଲ କରାଯାଇପାରେ।

ଟିମ୍‌ ଅଷ୍ଟ୍ରେଲିଆ: ଟିମ୍‌ ପେନ୍(ଅଧିନାୟକ), ଆରୋନ୍‌ ଫିଞ୍ଚ, ପ୍ୟାଟ୍‌ କମିନ୍ସ, ପିଟର୍‌ ହ୍ୟାଣ୍ଡସ୍କମ୍ବ, ମାର୍କସ୍‌ ହାରିସ, ମିଚେଲ୍‌ ଷ୍ଟାର୍କ, ଜୋସ୍‌ ହେଜେଲଉଡ୍‌, ନାଥନ ଲିୟନ୍‌, ଟ୍ରାଭିସ୍‌ ହେଡ୍‌, ଉସମାନ ଖ୍ୱାଜା, ମିଚେଲ ମାର୍ଶ, ଶୋନ୍‌ ମାର୍ଶ, କ୍ରିସ୍‌ ଟ୍ରେମାଇନ୍‌ ଓ ପିଟର୍‌ ସିଡିଲ୍‌।



from Odisha Reporter https://ift.tt/2S9Da8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages