ବଲାଙ୍ଗିର ବାଇପାସ୍‌: ଶ୍ରେୟ ନେବାକୁ ତିନି ରାଜନୀତିକ ଦଳର ପ୍ରୟାସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବଲାଙ୍ଗିର ବାଇପାସ୍‌: ଶ୍ରେୟ ନେବାକୁ ତିନି ରାଜନୀତିକ ଦଳର ପ୍ରୟାସ!

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ  ରାଜନୀତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଛି। ୧୭ ବର୍ଷ ତଳେ ଏହି ବାଇପାସ୍‌ ରାସ୍ତାର ଶିଳାନ୍ୟାସ ହୋଇଥିଲା ବେଳେ ଏଯାଏ କାମ ହେଇପାରିନି। ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଆରମ୍ଭ ହୋଇଯାଇଛି ଶ୍ରେୟ ପାଇଁ ଲଢେଇ।
 
୨୦୧୮ ନଭେମ୍ବର ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ବଲାଙ୍ଗିର ବାଇପାସ୍‌ ରାସ୍ତାର ଜମି ଅଧିଗ୍ରହଣ ପାଇଁ କେନ୍ଦ୍ର ସଡ଼କ ପରିବହନ ବିଭାଗ ୧୯୦ କୋଟି ଟଙ୍କା ମଞ୍ଜୁର କରିଥିବା ଚିଠିରେ ଲେଖାଯାଇଛି। ଆଉ ଏହି ଚିଠି ପାଇଁ ବାହାବା ନେବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ବିଜେପି।
ସେଥିପାଇଁ ଜିଲ୍ଲା ବିଜେପି ନେତୃବୃନ୍ଦ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ବଲାଙ୍ଗିର ପାଇଁ ଏହା କେନ୍ଦ୍ରର ଦୀପାବଳି ଉପହାର ବୋଲି କହିବା ସହିତ ଦଳୀୟ ପୋଷ୍ଟର ଓ ବ୍ୟାନର ସବୁ ଛକରେ ଛାଇଯାଇଥିଲା। ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ସୋଶାଲ ମିଡିଆରେ ଘୁରି ବୁଲୁଛି ନୀତିନ ଗଡକରୀଙ୍କ ସହିତ ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ଫଟୋ। ବଲାଙ୍ଗିର ବାଇପାସ୍‌ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ଲେଖିଥିବା ଚିଠିକୁ ଦେଖାଇ, ପଲିଟିକାଲ ମାଇଲେଜ ନେବାକୁ ଚେଷ୍ଟା କରୁଛି ବିଜେଡି।
 
ଦୀର୍ଘ ୨ ଦଶନ୍ଧି ଧରି ଏହା ଏକ ରାଜନୀତିକ ପ୍ରସଙ୍ଗ ହୋଇଥିବାରୁ କଂଗ୍ରେସ ବି ଏ ସୁଯୋଗ ହାତଛଡ଼ା କରିନି। ବଲାଙ୍ଗିର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ସମ୍ମିଳନୀ ଡାକି ପବ୍ଳିକ ଆକାଉଣ୍ଟସ କମିଟିରେ ଆଲୋଚନା କରାଯାଇ, କେନ୍ଦ୍ରକୁ ଚିଠି ଲେଖିଥିବା କହିଛନ୍ତି। 
 
ତିନି ପ୍ରମୁଖ ରାଜନୀତିକ ଦଳର ଲଢ଼େଇ ଭିତରେ ପଛରେ ପଡ଼ିନି ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ କ୍ରିୟାନୁଷ୍ଠାନ କମିଟି। ବିଗତ ଦିନରେ ବାଇପାସ୍‌ ରାସ୍ତା ଦାବିରେ ଦୁଇ ଦିନିଆ ବଲାଙ୍ଗିର ବନ୍ଦ କରିବା ସହ, ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲା କ୍ରିୟାନୁଷ୍ଠାନ କମିଟି। ତେଣୁ ଜମି ଅଧିଗ୍ରହଣ ପାଇଁ ଟଙ୍କା ମଞ୍ଜୁର ହେବା ସାଧାରଣ ଲୋକଙ୍କର ବିଜୟ ବୋଲି କମିଟି ମତ ରଖିଛି।


from Odisha Reporter https://ift.tt/2zgnKbG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages