ନିର୍ଦ୍ଦେଶକଙ୍କ ବିରୋଧରେ ବର୍ଷିଲେ ଓଲିଉଡ୍‌ ଅଭିନେତ୍ରୀ: କହିଲେ ‘‘ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ନିର୍ଦ୍ଦେଶକଙ୍କ ବିରୋଧରେ ବର୍ଷିଲେ ଓଲିଉଡ୍‌ ଅଭିନେତ୍ରୀ: କହିଲେ ‘‘ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଲିଉଡ୍‌ ଅଭିନେତ୍ରୀ ଏଲ୍‌ସା ଘୋଷ ଆଣିଲେ ସଙ୍ଗୀନ୍‌ ଅଭିଯୋଗ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ୍ ବର୍ଷିଛନ୍ତି ଏଲ୍‌ସା ଘୋଷ।ଏହି ଘଟଣା ରାଜଧାନୀର ନାମି ହୋଟେଲରେ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀ ଏଲ୍‌ସା ସିଧାସଳଖ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କ ଉପରେ ବର୍ଷୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି।

ସୂଚନା ଯୋଗ୍ୟ ଯେ,ଏଲ୍‌ସାଙ୍କ ଆଗାମୀ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ଗତକାଲି ଆର୍ଯ୍ୟପ୍ୟାଲେସ୍‌ ହୋଟେଲରେ ଅଡ଼ିଓ ରିଲିଜ୍‌ କାର୍ଯ୍ୟକ୍ରମ ଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ଅନ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲେ ସେଠାରେ କୌଣସି ଏକ କାରଣକୁ ନେଇ ଅଚାନକ ଅଭିନେତ୍ରୀ ଏଲ୍‌ସା ଦିଲୀପ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତୁମ୍ଭିତୁଫାନ କରିଥିଲେ। ଏଲ୍‌ସା ଦିଲୀପଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ନିର୍ଦ୍ଦେଶକ ତାଙ୍କ ହାତରୁ ମାଇକ୍ରୋଫୋନ୍‌ ଛଡାଇ ନେଇଥିଲେ। ଏଲ୍‌ସା ରାଗିଯିବା ସହ କହିଥିଲେ “ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ”। ଏଲ୍‌ସାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏଲ୍‌ସା ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ସହ କ’ଣ କରିଛନ୍ତି ସେସବୁ କହିବେ ବୋଲି ବାରମ୍ବାର ଧମକ୍‌ ମଧ୍ୟ ଦେଇଥିଲେ। ଏଲ୍‌ସା ପୁଣି କହୁଛନ୍ତି “ମୁଁ ଗୋଟିଏ ସମ୍ପତି ନୁହେଁ। ତୁମେ ପଶ୍ଚିମବଙ୍ଗରୁ ଅଭିନେତ୍ରୀ ଆଣୁଛ ଓ ଦୀର୍ଘଦିନ ଧରି ତାଙ୍କୁ ମାନସିକ ନିର୍ଯାତନା ଦେଉଛ।” ଏ ସଂପର୍କରେ ନିର୍ଦ୍ଦେଶକ ଦିଲୀପ ପଣ୍ଡା କିମ୍ବା ପ୍ରଯୋଜକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ‘ତୁ ମୋ ସୁନା ଚଢ଼େଇ’ରେ ଏଲ୍‌ସାଙ୍କ ସହ ଅଭିନେତା ଜ୍ୟୋତି ମୁଖ୍ୟ ଚରିତ୍ରରେ ରହିଛନ୍ତି। ଏଥିସହ ଫିଲ୍ମରେ ରାଇମୋହନଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫିଲ୍ମର ପ୍ରଯୋଜକ ଅଛନ୍ତି ନିତିନ ପଣ୍ଡା ଓ ରୂପେଶ ପଣ୍ଡା।



from Odisha Reporter https://ift.tt/2qL8DlQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages