
ଇସଲାମାବାଦ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଚୀନ୍ ଗସ୍ତ ସମୟରେ ବେଜିଂକୁ ବେଗିଂ ଲେଖିବାରୁ ରାଷ୍ଟ୍ରାୟତ୍ତ ଟିଭି ଚ୍ୟାନେଲ୍ ପାକିସ୍ତାନ ଟେଲିଭଜନ୍ କର୍ପୋରେସନ୍ (ପିଟିଭି) ପରିଚାଳନା ନିର୍ଦ୍ଦେଶକ ହାସନ୍ ଇମାଦ୍ ମହମ୍ମଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତେହରିକ୍ ଇ ଇନ୍ସାଫ୍ ସରକାର।

ଏହି ରାଷ୍ଟ୍ରାୟତ୍ତ ଟିଭି ଚ୍ୟାନେଲ୍ ପିଟିଭିରେ ଲାଇଭ୍ ପ୍ରସାରଣ ସମୟରେ ବାମ ପାର୍ଶ୍ୱରେ ବେଗିଂ ଲେଖାଥିବା ଦେଖିବାକୁ ମିଳିଥିଲା। ୨୦ ସେକେଣ୍ଡ ପାଇଁ ଏହା ଚାଲିଥିଲା ଏବଂ ବିଭିନ୍ନ ପ୍ଲାଟଫର୍ମରେ ବେଶ ଟ୍ରୋଲିଂର ଶିକାର ହୋଇଥିଲା। ନଭେମ୍ବର ୨ରୁ ୫ ଯାଏ ଇମ୍ରାନ୍ ଚୀନ୍ ଗସ୍ତରେ ଥିଲେ ଏବଂ ସେ ଚୀନ୍ଠାରୁ ସାହାଯ୍ୟ ମାଗିବାକୁ ଭିକ ମାଗିବା ସହିତ ତୁଳନା କରି ‘ବେଗିଂ’ କରିବା ଏବଂ ‘ବେଜିଂ’ ସହତ ପ୍ରାୟ ସମୋଚ୍ଚାରିତ ଶବ୍ଦ ହୋଇଥିବାରୁ ଏହା ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏହି ଅବସରରେ ୧୫ଟି ଦ୍ୱିପାକ୍ଷିକ ଚୁକ୍ତି ହୋଇଥିବା ଜଣାଯାଇଛି।
from Odisha Reporter https://ift.tt/2SRrQ28
No comments:
Post a Comment