
ନୂଆଦିଲ୍ଲୀ:ଯଦି ଆପଣଙ୍କର ଆଇଫୋନ୍ କିଣିବା ପାଇଁ ଇଚ୍ଛା ହୁଏ, ତେବେ କ’ଣ କରିବେ। ନିଶ୍ଚୟ ଟଙ୍କା ସଞ୍ଚୟ କରିବେ କିମ୍ବା ଇନ୍ଷ୍ଟଲମେଣ୍ଟରେ କିଣିବେ। କିନ୍ତୁ ଥରେ ଭାବନ୍ତୁ ତ’ ଯଦି ଆଇଫୋନ୍ର ଦାମ୍ ୫୦ ହଜାର ହୋଇଥିବ ଏବଂ ଆପଣ ସେତିକି ପରିମାଣର ଖୁଚୁରା ନେଇ ଯିବେ, ତେବେ ଦୋକାନୀର ଅବସ୍ଥା କ’ଣ ହେବ। ଋଷିଆରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଇଫୋନ୍ XS କିଣିବା ପାଇଁ ଋଷିଆର ଜଣେ ଯୁବକ ବାଥ୍ଟବ୍ରେ ଖୁଚୁରା ନେଇ ଦୋକାନରେ ପହଞ୍ଚିଥିଲେ। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଟିକୁ ଋଷିଆର Svyatoslav Kovalenko ଇନ୍ଷ୍ଟାଗ୍ରାମ୍ରେ ଶେୟାର୍ କରାଯାଇଛି। ୧ ଲକ୍ଷ ଋଷିଆନ୍ କରେନ୍ସି(ରବେଲ) ଯାହା ଭାରତୀୟ ମୁଦ୍ରାରେ ୧ଲକ୍ଷ ୮ ହଜାର ଟଙ୍କା।
ସମ୍ପୃକ୍ତ ଯୁବକ ଜଣକ ଏହି ଖୁଚୁରା ନେଇ ମସ୍କୋର ଆପେଲ୍ ଫୋନ୍ ଷ୍ଟୋର୍ରେ ପହଞ୍ଚିଥିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ ପରିମାଣର ଖୁଚୁରାକୁ ସେ ଏକ ବାଥ୍ଟବ୍ରେ ନେଇଥିଲେ। ଯାହାର ଓଜନ ୩୫୦ କେଜି ହେବ। ଯୁବକ ଜଣକ ବାଥ୍ଟବ୍ରେ ଖୁଚୁରା ଧରି ଆସିବା ପରେ ସୁରକ୍ଷାକର୍ମୀ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ଏହାପରେ ସିକ୍ୟୁରିଟି ସହିତ କିଛି ସମୟ ବଚସା ହେବା ପରେ ସେ ସପ୍ ଭିତରକୁ ଖୁଚୁରା ନେଇ ଯାଉଛନ୍ତି। ଦୋକାନୀ ମଧ୍ୟ ଖୁଚୁରା ଟଙ୍କା ନେବା ପାଇଁ ରାଜି ମଧ୍ୟ ହୋଇ ଯାଉଛନ୍ତି। ଏହି ଖୁଚୁରା ଟଙ୍କା ଗଣିବା ପାଇଁ ଦୋକାନୀର କର୍ମଚାରୀଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା।
ଏହାପରେ ସେ ଯୁବକଙ୍କୁ ୨୫୬ ଜିବିର ଆଇଫୋନ୍ XS ଦେଇଥିଲେ। ତେବେ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଯୁବକ ଜଣକ କହିଛନ୍ତି ଯେ,ଋଷିଆର ଛୋଟ କରେନ୍ସିର ଅଧିକ ବ୍ୟବହାର ପାଇଁ ଏହା ହେଉଛି ତାଙ୍କର ପ୍ରୟାସ। କାରଣ ଖଚୁରା ନଥିବାରୁ ଋଷିଆର ଅଧିକାଂଶ ଷ୍ଟୋର୍ରେ ଲୋକଙ୍କୁ ଜିନିଷ ମିଳେ ନାହିଁ।
from Odisha Reporter https://ift.tt/2PE5Rh6
No comments:
Post a Comment