ତେରେ ଜୈଶା ୟାର କାହାଁ, କାହାଁ ଐସା ୟାରାନା…; କାହା ପାଇଁ ଏମିତି ଲେଖିଲେ ଇରଫାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ତେରେ ଜୈଶା ୟାର କାହାଁ, କାହାଁ ଐସା ୟାରାନା…; କାହା ପାଇଁ ଏମିତି ଲେଖିଲେ ଇରଫାନ୍

irfan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣମାନେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ୟାରାନା’ ଦେଖିଥିବେ ନିଶ୍ଚୟ। ଯେଉଁମାନେ ଫିଲ୍ମଟି ଦେଖି ନଥିବେ, ଏହାର ଏକ ପ୍ରସିଦ୍ଧ ଗୀତ ଶୁଣିଥିବେ, ଯାହାକୁ କିଶୋର କୁମାର ଗାଇଥିଲେ। ଗୀତଟି ହେଉଛି- ତେରେ ଜୈଶା ୟାର କାହାଁ, କାହାଁ ଐସା ୟାରାନା…। ଫିଲ୍ମରେ ଏହି ଗୀତକୁ ଅମିତାଭ ବଚ୍ଚନ ତାଙ୍କ ସାଙ୍ଗ ଆମ୍‌ଜାଦ ଖାନଙ୍କ ପାଇଁ ଗାଇଥିଲେ।

ତେବେ ନଭେମ୍ବର ୧୬ ତାରିଖ ଦିନ କ୍ରିକେଟର ଇରଫାନ୍ ପଠାନ୍ ତାଙ୍କ ଟ୍ୱିଟର ପେଜ୍‌ରେ ‘ତେରେ ଜୈଶା ୟାର କାହାଁ, କାହାଁ ଐସା ୟାରାନା…’ ଲେଖି ପୋଷ୍ଟ୍ କରିଥିଲେ। ସେ କାହା ଉଦ୍ଦେଶ୍ୟରେ ଏ କଥା ଲେଖିଥିଲେ କହିପାରିବେ? ଅବଶ୍ୟ ଯେଉଁମାନେ ଦୈନନ୍ଦିନ ଟ୍ୱିଟର ଫଲୋ କରୁଥିବେ, ସେମାନେ ଜାଣିଥିବେ। କାରଣ ଏହି ଲେଖା ସହିତ ସେ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ କିଏ ଥିଲେ ଜାଣନ୍ତି। ଏ ଫଟୋରେ ଥିଲେ ତାଙ୍କ ବଡ଼ ଭାଇ ତଥା ଅନ୍ୟତମ ଜଣାଶୁଣା କ୍ରିକେଟର ୟୁସୁଫ୍ ପଠାନ୍।

ନଭେମ୍ବର ୧୭ ତାରିଖ ଦିନ ୟୁସୁଫଙ୍କ ଜନ୍ମଦିନ ଥିଲା। ସେ ଦିନ ସେ ୩୬ ବର୍ଷରେ ପାଦ ଥାପି ଥିଲେ। ଆଉ ତା’ପୂର୍ବରୁ ଭାଇଙ୍କ ପାଇଁ ଏମିତି ଟ୍ୱିଟ୍ କରିଥିଲେ ଇରଫାନ୍।

ୟୁସୁଫ୍ ବି ସାନ ଭାଇର ଏହି ଟ୍ୱିଟ୍‌ର ଜବାବ ଦେଇଥିଲେ। ସେ ତାଙ୍କ ଟ୍ୱିଟର ପେଜ୍‌ରେ ‘ୟାଦ୍ କରେଗୀ ଦୁନିଆ ତେରା ମେରା ଅଫ୍‌ସାନା’ ଲେଖି ପୋଷ୍ଟ୍ କରିଥିଲେ, ଯାହା କି ଉକ୍ତ ଗୀତର ପରବର୍ତ୍ତୀ ପଂକ୍ତି।

ୟୁସୁଫ ଭାରତ ପାଇଁ ୫୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୨ଟି ଟ-ଟ୍ୱେଣ୍ଟିରେ ପ୍ରତିନିଧିତ୍ୱ କରିଛନ୍ତି। ଅନ୍ୟପକ୍ଷରେ ଇରଫାନ୍ ଭାରତ ପାଇଁ ୧୨୦ଟି ଦିନିକିଆ, ୨୯ଟି ଟେଷ୍ଟ୍ ଓ ୨୨ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି।



from Odisha Reporter https://ift.tt/2S4yvVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages