
ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମତିଥିରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସମସ୍ତଙ୍କ ପ୍ରିୟ ଚାଚା ନେହରୁଙ୍କ ବାବଦରେ ବିଭିନ୍ନ ସକାରାତ୍ମକ ଚର୍ଚ୍ଚା କରାଯାଉଛି। କିନ୍ତୁ ଏହି ଅବସରକୁ ମଧ୍ୟ ରାଜନୀତିକ ପ୍ଲାଟଫର୍ମଭାବେ ବ୍ୟବହାର କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର।
ସେ କହିଛନ୍ତି ଆଜି ଆମର ଜଣେ ଚା’ବାଲା ପ୍ରଧାନମନ୍ତ୍ରୀ ଅଛନ୍ତି, କାରଣ ନେହରୁ ଆନୁଷ୍ଠାନିକ ପ୍ରକ୍ରିୟାକୁ ଏଭଳି ଗଢ଼ିଛନ୍ତି ଯେ, ଯେକେହି ଭାରତୀୟ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବ।
If today we have a 'chaiwala' as Prime Minister, it's because Nehru ji made it possible to create the institutional structures through which any Indian can aspire to rise to the highest office in the land: Shashi Tharoor, Congress in Delhi (13.11.2018) pic.twitter.com/tgA1bCFv0t
— ANI (@ANI) November 13, 2018
ପୂର୍ବରୁ ମଧ୍ୟ ଥରେ ସେ ଆର୍ଏସ୍ଏସ୍ର ଜଣେ ଅଜଣା ବ୍ୟକ୍ତିଙ୍କ ଉକ୍ତି ଉଲ୍ଲେଖ କରି କହିଥିଲେ, “ମୋଦି ଶିବଲିଙ୍ଗ ଉପରେ କଙ୍କଡ଼ାବିଛା ପରି ବସିଛନ୍ତି, ନା ହାତରେ କାଢ଼ି ହେବ ନା ଚପଲରେ ମାରିହେବ।” ବିଜେପି ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଥିଲା।
from Odisha Reporter https://ift.tt/2TcdhWT
No comments:
Post a Comment