ନୀଳଗିରିରେ ହାତୀ ଉତ୍ପାତ: ଦଳି ଚକଟି ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ନୀଳଗିରିରେ ହାତୀ ଉତ୍ପାତ: ଦଳି ଚକଟି ପକାଇଲେ

nilagiri

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଗୋପାଳପୁର ଜଙ୍ଗଲରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଆଜି ଭୋରରେ ୪୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲରେ ୫ଟି ଛୁଆ ହାତୀ ଥିବା ବେଳେ ୪ରୁ ୫ଟି ଦନ୍ତା ଥିବା ଜଣାପଡ଼ିଛି। ହାତୀପଲ ଧାନ କ୍ଷେତରେ ପଶି ଦଳ ଚକଟି ବ୍ୟାପକ  ଫସଲ ନଷ୍ଟ କରୁଛନ୍ତି।elephant

ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଚିରାଚରିତ ରାସ୍ତା ଦେଇ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ହାତୀପଲ ଆସିଛନ୍ତି। ଏହି ଦଳ ଓଡ଼ିଶାରେ ପ୍ରବେଶ କରିବା ପରେ ମୟୂରଭଞ୍ଜର ନଡ଼ପୁର, ଦୁର୍ଗାଦେବୀ ଦେଇ ବାଲେଶ୍ୱରର ପୁନ୍ଦାଳ, କାଠପାଳ ଓ ଗୋପାଳପୁର ରାସ୍ତା ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଆସିଥାନ୍ତି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ  ୩୨ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ନୀଳଗିରିକୁ ପ୍ରବେଶ କରିଥିଲେ। ସେଠାରେ ୩ ଦିନ ରହିବା ପରେ ଫେରି ଯାଇଥିଲେ। ହେଲେ ପୁଣି ହାତୀ ପଲ ଆସିଥିବାରୁ ନୀଳଗିରି ବନାଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

 



from Odisha Reporter https://ift.tt/2DAhtLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages