#MeToo: କାରଣ ଦର୍ଶାଇଲେନି ଆଲୋକନାଥ, CINTAA ନେଲା ଏମିତି ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

#MeToo: କାରଣ ଦର୍ଶାଇଲେନି ଆଲୋକନାଥ, CINTAA ନେଲା ଏମିତି ପଦକ୍ଷେପ

ମୁମ୍ବାଇ: ବଲିଉଡ୍‌ ତଥା ଟେଲି ଦୁନିଆର ସଂସ୍କାରୀ ବାବୁଜୀ ଭାବେ ଜଣାଶୁଣା ଆଲୋକ ନାଥଙ୍କ ନାମରେ ଆସିଥିବା #MeToo ଅଭିଯୋଗର କାରଣ ଦର୍ଶାଅ ନୋଟିସ୍‌ ଦେବାର ମାସେ ପରେ ମଧ୍ୟ ଉତ୍ତର ନମିଳିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA)। ଏକ ଟ୍ୱିଟ୍‌ ଜରିଆରେ ସ୍ପଷ୍ଟ କରିଦିଆଯାଇଛି, “ଶ୍ରୀଯୁକ୍ତ ଆଲୋକ ନାଥଙ୍କ ନାମରେ ଯୌନ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଅଭିଯୋଗ ଆସିବାରୁ CINTAAର କାର୍ଯ୍ୟକାରୀ କମିଟିର ବିହିତ ଅନୁଧ୍ୟାନ ପରେ ତାଙ୍କୁ ଆସୋସିଏସନ୍‌ରୁ ବହିଷ୍କାର କରାଯାଇଛି।”


ଦୀର୍ଘ ୨୦ ବର୍ଷ ତଳର ଏକ ଘଟଣାକୁ ନେଇ ୯୦ ଦଶକର ପ୍ରସିଦ୍ଧ ଶୋ’ ‘ତାରା’ର ପ୍ରଯୋଜକ ବିନୀତା ନନ୍ଦା ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାପରେ CINTAA ପକ୍ଷରୁ ତାଙ୍କୁ ଗତ ଅକ୍ଟୋବର ୯ ତାରିଖରେ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ଏବିଷୟରେ ଅଭିନେତା ସୁଶାନ୍ତ ସିଂହ ଟ୍ୱିଟ୍‌ କରି ଜଣାଇଥିଲେ।

ଏଥରର ଟ୍ୱିଟ୍‌ ଅଫିସିଆଲ ହ୍ୟାଣ୍ଡଲରରୁ କରାଯାଇଥିବାବେଳେ ସୁଶାନ୍ତ, ରେଣୁକା ରାହାଣେ, ରିଚା ଚଢ଼ା ଏବଂ ୨ଟି ମନୋରଞ୍ଜନ ଶ୍ରମ ସଂଗଠନର ଟ୍ୱିଟର ହ୍ୟାଣ୍ଡଲରକୁ ଟ୍ୟାଗ୍ କରାଯାଇଛି।



from Odisha Reporter https://ift.tt/2DlSH15

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages