
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍ଲି’ ତାଣ୍ଡବ ରଚି ଚାଲି ଯାଇଛି। ହେଲେ ଏହାକୁ ନେଇ ଏବେ ବି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗୋଡ଼ ଟଣାଟଣି ଚାଲିଛି। ସରକାରଙ୍କ କଥା ତାଳମେଳ ରହୁନି। ସରକାର ବାରମ୍ବାର ନିଜ ମତ ବଦଳାଉଛନ୍ତି।
ଆଜି ବିଧାନସଭାରେ ‘ତିତ୍ଲି’ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ରବି ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ, ‘ତିତ୍ଲି’ ପ୍ରଭାବରେ ୬୫ ଜଣଙ୍କ
ମୃତ୍ୟୁ ଘଟିଛି। ଆଉ ୭ଜଣ ନିଖୋଜ ହୋଇଯାଇଛନ୍ତି।
ତିତ୍ଲିରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୂର୍ବରୁ ସରକାର କହିଥିଲେ। ଡିଆର୍ସି ଏହି ସୂଚନା ଦେଇଥିଲେ। ଏବେ ସରକାର କଥା ବଦଳାଇଥିବା ଯୋଗୁ ମରିଯାଇଥିବା ଲୋକେ ବଞ୍ଚି ଫେରି ଆସିଥିବା ଭଳି ଲାଗୁଛି।
from Odisha Reporter https://ift.tt/2DyWVlM
No comments:
Post a Comment