ଇଡି ଓ ଆୟକର ବିଭାଗ ଉପରେ ଲଗାମ ପାଇଁ ସୁପ୍ରିମକୋର୍ଟ ଯିବେ ଚନ୍ଦ୍ରବାବୁ ନାଇଡୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଇଡି ଓ ଆୟକର ବିଭାଗ ଉପରେ ଲଗାମ ପାଇଁ ସୁପ୍ରିମକୋର୍ଟ ଯିବେ ଚନ୍ଦ୍ରବାବୁ ନାଇଡୁ!

ନୂଆଦିଲ୍ଲୀ: ସିବିଆଇକୁ ଆନ୍ଧ୍ରପ୍ରଦେଶ ମନା କରିଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ଆଉ ଦୁଇ କେନ୍ଦ୍ରୀୟ ସଂସ୍ଥା ଉପରେ ଲଗାମ ଲଗାଇବାକୁ ସଜବାଜ ହେଉଛନ୍ତି। ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ଲଗାମ ଲଗାଇବାକୁ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ଜଣେ ସାଂସଦ କହିଛନ୍ତି, ସମସ୍ତ ଅଣ ବିଜେପି ଦଳ ଗୁଡ଼ିକ କମନ୍‌ ମିନିୟମ ପ୍ରୋଗ୍ରାମ(ସିଏମ୍‌ପି) ପାଇଁ ଦିଲ୍ଲୀରେ ଏକାଠି ହେବାକୁ ଯାଉଛନ୍ତି। ଥରେ ସିଏମ୍‌ପି ଚୂଡ଼ାନ୍ତ ହୋଇଗଲେ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ବିଜେପି ସରକାର ଯେଉଁ ପ୍ରତିଶୋଧକ ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏବେ ଏ ସଂକ୍ରାନ୍ତରେ ଅଣ ବିଜେପି ଦଳଗୁଡ଼ିକ ସହ ଆଲୋଚନା କରାଯାଉଛି। ସର୍ବସମ୍ମତି କ୍ରମେ ଆମେ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ କହଛନ୍ତି।

ଟିଡିପି ନେତା ତଥା କୃଷିମନ୍ତ୍ରୀ ସୋମିରେଡି ଚନ୍ଦ୍ରମୋହନ ରେଡ୍ଡୀ କହିଛନ୍ତି, “ ଏବେ ଆମେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ମନମାନୀ ଉପରେ ଲଗାମ ଲଗାଇବାକୁ ଅନେକ ଯୋଜନା କରୁଛୁ। ଏହା ମଧ୍ୟରେ ଆଇନଗତ ଦିଗ ମଧ୍ୟ ରହିଛି। ଯଦି ଦରକାର ପଡ଼େ ଆମେ ପ୍ଲାନ୍‌ ବି ମଧ୍ୟ ଆପଣାଇବାକୁ ପଛାଇବୁ ନାହିଁ।

ଏବେ କେନ୍ଦ୍ର ସରକାର ଆୟକର ବିଭାଗକୁ ଲଗାଇ ଅନେକ ଟିଡିପି ନେତାଙ୍କ ଘର ଉପରେ ଚଢ଼ଉ କରୁଛି। କିନ୍ତୁ ଏଯାଏ କୌଣସି ପ୍ରମାଣ ପାଇନାହିଁ। କେବଳ ବଦନାମ କରିବାକୁ ବିଜେପି ସରକାର ଏପରି କରୁଛନ୍ତି। ଏହା ଉପରେ ରୋକ ଲାଗିବା ଦରକାର।”

କିଛି ଦିନ ତଳେ ସିବିଆଇ ଆନ୍ଧ୍ର ପ୍ରଦେଶରେ ସରକାରଙ୍କ ବିନା ଅନୁମତିରେ କୌଣସି ଚଢ଼ଉ କିମ୍ବା ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2BfF4iw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages