କଟକଣା ଭୟ: ବିଜୁ ଯୁବ ବାହିନୀ ଗୁଣ୍ଡା ବାହିନୀ ନୁହେଁ ବୋଲି ସାର୍ଟିଫିକେଟ ଦେବ ପୁଲିସ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

କଟକଣା ଭୟ: ବିଜୁ ଯୁବ ବାହିନୀ ଗୁଣ୍ଡା ବାହିନୀ ନୁହେଁ ବୋଲି ସାର୍ଟିଫିକେଟ ଦେବ ପୁଲିସ !

କଟକ(ଓଡ଼ିଶା ରିପୋର୍ଟର): ନିର୍ବାଚନରେ ଫାଇଦା ଉଠାଇବା ପାଇଁ ରାଜକୋଷ ପାଣ୍ଠିରେ ବିଜେଡି ସରକାର ଗଢ଼ିଥିବା ‘ବିଜୁ ଯୁବ ବାହିନୀ’ର ସଦସ୍ୟମାନେ ଅପରାଧିକ କାର୍ଯ୍ୟକ୍ରମରେ ଲିପ୍ତ ଥିବା ଏବେ ସରକାର ନିଜେ ପରୋକ୍ଷରେ ସ୍ୱୀକାର କରିଛନ୍ତି। ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଜଣାପଡ଼ିବା ପରେ ନିଜର ଭାବମୂର୍ତ୍ତି ବଞ୍ଚାଇବା ଓ ନିର୍ବାଚନ ବେଳେ କାଳେ ‘ବିଜୁ ଯୁବ ବାହିନୀ’ ଉପରେ ନିର୍ବାଚନ କମିଶନ ଅଙ୍କୁଶ ଲଗାଇବେ, ସେହି ଭୟରେ ଏବେଠୁ ବିଜେଡି ସରକାର ରଣନୀତି ପ୍ରସ୍ତୁତ କରିଛି। ‘ବିଜୁ ଯୁବ ବାହିନୀ’ରେ ଥିବା ସମସ୍ତ ସଦସ୍ୟଙ୍କ ନାଁ ଥାନାକୁ ପଠାଇ ସମସ୍ତଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଜୁ ଯୁବ ବାହିନୀର ମୁଖ୍ୟ ଭାବେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ନିଯୁକ୍ତି ପାଇବା ପରେ ଏହି ବାହିନୀକୁ କିଭଳି ନିର୍ବାଚନୀ କାର୍ଯ୍ୟରେ ଉପଯୋଗ କରାଯିବ ତା’ର ରଣନୀତି ସେ ଏବେଠୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବିରୋଧୀ ଦଳ ପକ୍ଷରୁ ‘ବିଜୁ ଯୁବ ବାହିନୀ’ର ଗଠନ ଓ ସେମାନଙ୍କର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିବା ସହ ଜୋରଦାର ବିରୋଧ ହେଉଥିବାରୁ ତା’ପୂର୍ବରୁ ଏହି ବାହିନୀକୁ ଆଇନଗତ ସ୍ୱୀକୃତି ଦେବାକୁ ଶ୍ରୀ ପଟ୍ଟନାୟକ ଯୋଜନା କରିଛନ୍ତି।

ବିଜୁ ଯୁବ ବାହିନୀରେ ପଞ୍ଜୀକୃତ ହୋଇଥିବା ବିଜେଡି କର୍ମୀମାନଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରିବା ପାଇଁ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ଥାନାଗୁଡ଼ିକୁ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ନାଁ ପଠାଯାଇ ସେମାନଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ କୁହାଯାଇଛି। ଏହାପରେ ପ୍ରତ୍ୟେକ ସଦସ୍ୟଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରାଯିବ।

ତେବେ ପ୍ରଶ୍ନ ଉଠୁଛି, ପୁଲିସ ବାହିନୀରେ ମାନବ ସମ୍ବଳ ଅଭାବରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ଅବସ୍ଥାକୁ ଯାଉଥିବାବେଳେ ରାଜ୍ୟର ସମସ୍ତ ୩୧୪ ବ୍ଲକ ଓ ୧୧୪ଟି ପୌରାଞ୍ଚଳରେ ଗଠନ ହୋଇଥିବା ୭୪୨୮ଟି ବିଜୁ ଯୁବ ବାହିନୀ ଗ୍ରୁପ୍ ସମ୍ପର୍କରେ ପୁଲିସ ନିର୍ଭରଯୋଗ୍ୟ ତଥ୍ୟ କିଭଳି ଯୋଗାଡ଼ କରିପାରିବ ? ବିଜୁ ଯୁବ ବାହିନୀରେ ଏବେ ପ୍ରାୟ ୨.୬୨ଲକ୍ଷ ସଦସ୍ୟ ଅଛନ୍ତି। ଏତେ ସଂଖ୍ୟକ ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା କ’ଣ ପୁଲିସ ପାଇଁ ସମ୍ଭବ ହେବ?

ସୂଚନା ଅନୁସାରେ ବିଜୁ ଯୁବ ବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ କେବଳ ନିର୍ବାଚନ ସମୟରେ ଏହି ଯୁବ ବାହିନୀ ଉପରେ ଯେଭଳି ଅଙ୍କୁଶ ନଲାଗିବ ସେଥିପାଇଁ ଏବେଠୁ ଏଭଳି ବ୍ୟବସ୍ଥା କରୁଛନ୍ତି। ଯେଉଁମାନଙ୍କ ତାଲିକା ଉପରୁ ଯିବ ଜିଲ୍ଲା ପୁଲିସ ସେମାନଙ୍କ ନାଁରେ ମୋହର ମାରି ସେମାନଙ୍କୁ ଅପରାଧମୁକ୍ତ ବୋଲି ଜଣାଇବ। ଯାହାକୁ ନିର୍ବାଚନ ସମୟରେ ସରକାର ଏକ ଢାଲ ଭାବେ ଉପଯୋଗ କରିବେ। କାରଣ ବିଜୁ ଯୁବ ବାହିନୀ ଏବେ ବିଜେଡିର କ୍ୟାଡର ଭାବେ ତୃଣମୂଳସ୍ତରରେ କାର୍ଯ୍ୟ କରୁଛି। ଏଥିରେ ସମ୍ପୃକ୍ତ ସମସ୍ତ ସଦସ୍ୟ ବିଜେଡି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ସାଧାରଣ ନିର୍ବାଚନ ସମୟରେ ସେମାନେ ଦଳ ପାଇଁ କାର୍ଯ୍ୟ କରିବା ସ୍ୱାଭାବିକ। ଆଉ ଏଭଳି କଲେ ନିର୍ବାଚନ କମିଶନ ଏହି ‘ବାହିନୀ’ ଉପରେ ଅଙ୍କୁଶ ଅବା କଟକଣା ଜାରି କରିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା।



from Odisha Reporter https://ift.tt/2QvtqFf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages