ହାର୍ଲି ଡେଭିଡ୍ସନର ମୁଣ୍ଡବିନ୍ଧା ବଢ଼ାଇବ ରୟାଲ୍ ଏନ୍ଫିଲ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ହାର୍ଲି ଡେଭିଡ୍ସନର ମୁଣ୍ଡବିନ୍ଧା ବଢ଼ାଇବ ରୟାଲ୍ ଏନ୍ଫିଲ୍ଡ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଭାରତଭିତ୍ତିକ ମୋଟରସାଇକେଲ୍ ବ୍ରାଣ୍ଡ୍ ରୟାଲ ଏନ୍‌ଫିଲ୍ଡ ଆମେରିକାରେ ଚଳିତ ବର୍ଷ ୩ଗୁଣ ଅଧିକ ଯାନ ବିକ୍ରି କରିବ ବୋଲି ଆଶା କରୁଛି। ମିଡିଲ୍ ୱେଟ୍ ସେଗ୍‌ମେଣ୍ଟର ବାଇକ୍ କ୍ଷେତ୍ରରେ ଉତ୍ତର ଆମେରିକୀୟ ସହର ଗୁଡ଼ିକରେ ନିଜର ଦବ୍‌ଦବା ଜାହିର୍ କରିବାକୁ କମ୍ପାନୀ ଯୋଜନା କରୁଛି। ବର୍ତ୍ତମାନ ସେଠାରେ ସ୍ଥାନୀୟ କମ୍ପାନୀ ହାର୍ଲି ଡେଭିଡ୍ସନର  ରାଜ୍ ଚାଲିଥିବା ବେଳେ ଭାରତୀୟ କମ୍ପାନୀ ରୟାଲ ଏନ୍‌ଫିଲ୍ଡ୍ ତାକୁ ଟକ୍କର ଦେବାକୁ ଯୋଜନା କରୁଛି।

ରୟାଲ ଏନ୍‌ଫିଲ୍ଡ ଏକ ଲଣ୍ଡନ୍ ଭିତ୍ତିକ ଦୁଇଚକିଆ ଯାନ ନିର୍ମାତା ହୋଇଥିଲେ ହେଁ ୧୯୭୦ରୁ ଭାରତରେ ମାନୁଫ୍ୟାକଚରିଂ ଆରମ୍ଭ କରିଛି। ବର୍ତ୍ତମାନ ଏହା ବିଶ୍ୱର ସବୁଠାରୁ ଅଧିକ ଦୁଇଚକିଆ ଯାନ ବିକ୍ରେତା ଭାବେ ପରିଚୟ ହାସଲ କରିଛି। ସାରା ବିଶ୍ୱରେ ବର୍ଷକୁ ଏହା ୧ କୋଟି ୭୦ ଲକ୍ଷ ଯାନ ବିକ୍ରି କରୁଛି। ଏଭଳି ସ୍ଥଳେ ହାର୍ଲି ଡାଭିଡ୍‌ସନ୍ ଭାରତରେ ବଜାର ମଜ୍‌ଭୁତ୍ କରିବା ପାଇଁ ଚାହୁଁଥିବା ବେଳେ ନିକଟରେ ଓଡ଼ିଶା ବଜାରରେ ମଧ୍ୟ ପ୍ରବେଶ କରିଛି।

କମ୍ପାନୀର ସୂଚନା ଅନୁସାରେ ଗତ ୩ ବର୍ଷ ହେବ ଉତ୍ତର ଆମେରିକାରେ ରୟାଲ ଏନ୍‌ଫିଲ୍ଡ ପ୍ରବେଶ କରିଥିବା ବେଳେ ଗତ ଆର୍ଥିକ ବର୍ଷରେ ପ୍ରାୟ ୮୦୦ ୟୁନିଟ୍ ଯାନ ବିକ୍ରି କରି ହାର୍ଲି ଡାଭିଡ୍ସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେଠାକାର ଗଣମାଧ୍ୟମରେ ଏଭଳି ଖବର ମଧ୍ୟ ପ୍ରକାଶ ପାଇଛି।

ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆଗାମୀ ୩ରୁ ୫ ବର୍ଷ ଏବଂ ୧୦ ବର୍ଷ ମଧ୍ୟରେ ମିଡିଲ୍ ୱେଟ୍ ବାଇକ୍ ବିକ୍ରି କ୍ଷେତ୍ରରେ ତାଙ୍କ କମ୍ପାନୀ ସର୍ବାଧିକ ଯାନ ବିକ୍ରେତାର କ୍ରେଡିଟ୍ ହାସଲ କରିବ।



from Odisha Reporter https://ift.tt/2AWrBfq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages