ଧନ୍‌ତେରାସ୍‌ରେ କିଣନ୍ତୁ ନାହିଁ ଷ୍ଟିଲ୍‌ ବାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଧନ୍‌ତେରାସ୍‌ରେ କିଣନ୍ତୁ ନାହିଁ ଷ୍ଟିଲ୍‌ ବାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ଧନ୍‌ତେରାସ୍‌ ଉତ୍ସବ ପାଳନ ହୋଇଥାଏ। ଏହି ବର୍ଷ ଧନ୍‌ତେରାସ୍‌ ୫ ନଭେମ୍ୱରରେ ପଡୁଛି। ଏହି ଦିନ କିଛି ଜିନିଷ କିଣିବା ଶୁଭ ବୋଲି କୁହାଯାଇଥାଏ। ହେଲେ ଜାଣି ରଖନ୍ତୁ, ଏମିତି ବି କିଛି ଜିନିଷ ଅଛି ଯାହାକୁ ଏହିଦିନ କିଣିବା ଆଦୌ ଉଚିତ୍‌ ନୁହେଁ।
ଏହି ଉତ୍ସବ ପାଳନ କରାଯିବା ପଛରେ ପୌରାଣିକ କଥା ମଧ୍ୟ ରହିଛି।

ଶାସ୍ତ୍ର ଅନୁସାରେ ସମୁଦ୍ର ମନ୍ଥନ ସମୟରେ ତ୍ରୟୋଦଶୀ ଦିନ ଭଗବାନ ଧନ୍ୱନ୍ତରୀଙ୍କର ଆବିର୍ଭାବ ହୋଇଥିଲା। ଏଥିପାଇଁ ଧନ୍ୱନ୍ତରୀଙ୍କ ଉଦ୍ଦେଶ୍ୟରେ ଧନ୍‌ତେରାସ୍‌ ଉତ୍ସବ ପାଳନ କରାଯାଇଥାଏ। ଧନ୍‌ତେରାସ୍‌ ସୁଖ ଓ ସମୃଦ୍ଧୀର ପର୍ବ।
ଏଣୁ ଏହି ଦିନ ସୁନା, ଚାନ୍ଦି କିମ୍ୱା ନୂଆ ବାସନ କିଣିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଏହି ଦିନ ଲୁହା କିମ୍ବା ଷ୍ଟିଲ୍‌ ଜିନିଷ କିଣନ୍ତୁ ନାହିଁ। ଅଧିକାଂଶ ଲୋକ ଏହି ଦିନ ଷ୍ଟିଲ୍‌ ବାସନ କିଣିଥାନ୍ତି। ଷ୍ଟିଲ୍‌ ମଧ୍ୟ ଲୁହାର ଏକ ଅଂଶ, ଏଥିପାଇଁ ଏହି ଦିନ ଷ୍ଟିଲ୍ ବାସନ କିଣିବାଠାରୁ ଦୂରେଇ ରୁହନ୍ତୁ।

ଭଗବାନ ଧନ୍ୱନ୍ତରୀକୁ ବିଷ୍ଣୁଙ୍କର ଅନ୍ୟ ରୂପ ବୋଲି କୁହାଯାଇଥାଏ। ଯିଏ ଚାରି ଭୂଜ ସହିତ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି ଏବଂ ଗୋଟିଏ ହାତରେ ଅମୃତ କଳସ ଧାରଣ କରିଥାନ୍ତି। ଏହି କଳସ ପିତ୍ତଳର ହୋଇଥିବାରୁ ଏହି ଦିନ ପିତ୍ତଳ ଜିନିଷ କିଣିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଷ୍ଟିଲ୍‌ ବାସନ କିଣିବା ବାସ୍ତୁ ଅନୁସାରେ ଅଶୁଭ ବୋଲି କୁହାଯାଇଥାଏ।
https://ift.tt/2zm5RHz



from Odisha Reporter https://ift.tt/2SEjNpd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages