
ନୂଆଦିଲ୍ଲୀ: ବୁଧବାର ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଭାରତ ଦିନିକିଆ ସିରିଜ୍ ଜିତିଛି। ଦଳ ୩-୧ରେ ଏହି ସିରିଜ୍ ଜିତିଥିବା ବେଳେ ଅଧିନାୟକ ବିରାଟ କୋହଲିଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପ୍ରଦାନ କରାଯାଇଥିଲା।
ଏହି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ସହିତ ସେ ସୌରଭ ଗାଙ୍ଗୁଲି ଓ ଯୁବରାଜ ସିଂହଙ୍କ ସମକକ୍ଷ ହୋଇଯାଇଛନ୍ତି। ଏ ତିନି ଜଣ ଦିନିକିଆରେ ସାତଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପାଇଛନ୍ତି।
ଏହି ତାଲିକାରେ ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର। ସେ ଦିନିକିଆରେ ୧୫ ଥର ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଛନ୍ତି। ତାଙ୍କ ତଳକୁ ସନଥ ଜୟସୂରିୟା (୧୧) ଓ ଶନ୍ ପୋଲକ (୯) ଅଛନ୍ତି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ୫ଟି ମ୍ୟାଚ୍ରେ ବିରାଟ ୪୫୩ ରନ୍ କରିଥିଲେ। ତା’ଭିତରେ ତିନିଟି ଶତକୀୟ ପାଳି ଥିଲା। ପ୍ରଥମ ତିନିଟି ମ୍ୟାଚ୍ରେ ସେ ଶତକ ମାରିଥିଲେ। ପ୍ରଥମ
ମ୍ୟାଚ୍ରେ ୧୪୦ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୧୫୭ ଓ ତୃତୀୟ ମ୍ୟାଚ୍ରେ ୧୦୭ ରନ୍ କରିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାରେ ଖେଳା ଯିବ।
from Odisha Reporter https://ift.tt/2PDmRmO
No comments:
Post a Comment