ସିଗନେଚର ବ୍ରିଜ୍‌ ନେଲା ଦୁଇ ମେଡିକାଲ ଛାତ୍ରଙ୍କ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ସିଗନେଚର ବ୍ରିଜ୍‌ ନେଲା ଦୁଇ ମେଡିକାଲ ଛାତ୍ରଙ୍କ ମୁଣ୍ଡ

ନୂଆଦିଲ୍ଲୀ: ନୂଆ କରି ଖୋଲିଥିବା ଦିଲ୍ଲୀର ସିଗନେଚର ବ୍ରିଜ୍‌ ଆଜି ଦୁଇଟି ମୁଣ୍ଡ ନେଇଛି। ଦୁଇଜଣ ମେଡିକାଲ୍‌ ଛାତ୍ର ଦ୍ରୁତଗତିରେ ବାଇକ୍ ଚଳାଇ ସିଗନେଚର ବ୍ରିଜ୍‌ ଉପରେ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା। ଏହାପରେ ଦୁଇ ଜଣ ଯାକ ଛାତ୍ର ବ୍ରିଜ୍‌ ଉପରୁ ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଉତ୍ତର ଦିଲ୍ଲୀର ହିନ୍ଦୁ ରାଓ ମେଡିକାଲ୍‌ କଲେଜ୍‌ର ଛାତ୍ର ସତ୍ୟ ବିଜୟ ଶଙ୍କରନ୍‌ ଓ ଚନ୍ଦ୍ରଶେଖର ଆଜି ସକାଳ ୮.୪୦ରେ ବ୍ରିଜ୍‌ ଅତିକ୍ରମ କରୁଥିଲେ। ଗାଡ଼ି ଉପରେ ବସି ଉଭୟ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିବା ପୁଲିସ୍‌ ଆଶଙ୍କା ପ୍ରକାଶ କରିଛି।

ଏହି ବ୍ରିଜ୍‌ଟି ନଭେମ୍ବର ୪ରେ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା।



from Odisha Reporter https://ift.tt/2R6r4Nt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages