ଆର୍‌ଏସ୍‌ଏସ୍‌ର କଥା ରହିଲା: ମଧ୍ୟପ୍ରଦେଶରେ ଟିକେଟ୍‌ ହରାଇଲେ ୨୭ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଆର୍‌ଏସ୍‌ଏସ୍‌ର କଥା ରହିଲା: ମଧ୍ୟପ୍ରଦେଶରେ ଟିକେଟ୍‌ ହରାଇଲେ ୨୭ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ମିଜୋରାମ୍ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ବିଜେପି ୧୭୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ବୁଧ୍‌ନି ଆସନରୁ ଲଢ଼ିବା ନିଶ୍ଚିତ ହୋଇଥିବାବେଳେ ଦୁଇ ମନ୍ତ୍ରୀ ନରୋତ୍ତମ ମିଶ୍ରା ଏବଂ ୟଶୋଧରା ରାଜେ ସିନ୍ଧିଆ ଯଥାକ୍ରମେ ଦାତିଆ ଏବଂ ଶିବପୁରୀରୁ ଲଢ଼ିବେ। ମଧ୍ୟପ୍ରଦେଶରେ ବର୍ତ୍ତମାନ ବିଧାୟକ ଥିବା ୨୭ ଜଣଙ୍କର ଟିକେଟ୍‌ କାଟିଦିଆଯାଇଛି। ପୂର୍ବରୁ ଆରଏସ୍‌ଏସ୍‌ ୭୮ ଜଣ ବିଧାୟକଙ୍କୁ ଏଥର ନିର୍ବାଚନରୁ ବାଦ୍‌ ଦେବାପାଇଁ କୁହାଯାଇଥିଲା, ଏହାର ପ୍ରଭାବ ଏହି ତାଲିକାରେ ସ୍ପଷ୍ଟ ଜଣାପଡ଼ୁଛି।

ସେହିଭଳି ମିଜୋରାମ୍‌ ଏବଂ ତେଲେଙ୍ଗାନା ପାଇଁ ଯଥାକ୍ରମେ ୨୪ ଏବଂ ୨୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀଠାରେ ଅନୁଷ୍ଠିତ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ।

ମଧ୍ୟପ୍ରଦେଶ ଏବଂ ମିଜୋରାମ୍‌ରେ ନିର୍ବାଚନ ନଭେମ୍ବର ୨୮ ତାରିଖରେ ହେବ ଏବଂ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ହେବ। ସମସ୍ତ ରାଜ୍ୟରେ ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ।



from Odisha Reporter https://ift.tt/2RscsHS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages