
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଉଦି ଆରବରୁ ଆସିଲା ବାଣପୁର ନରେନ୍ଦ୍ର ପଲେଇଙ୍କ ମୃତଦେହ । ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ମୃତକଙ୍କ ପରିବାରର ଅନୁରୋଧ କ୍ରମେ ଯୋଗାଯୋଗ କରିଥିବା ଏବଂ ଭାରତୀୟ ରାଷ୍ଟ୍ରଦୂତ ଓ ଜେଦାହ କର୍ତ୍ତୃପକ୍ଷ ଏନେଇ ସହଯୋଗ କରିଥିବା ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।
#Odisha ରେ କାମ ନପାଇ ବାଧ୍ୟ ହୋଇ ବାହାରକୁ ଚାଲିଯାଉଥିବା ଓ ଫସିଯାଉଥିବା ଶହଶହ ଓଡ଼ିଆଙ୍କୁ @PandaJay ଫେରାଇ ଆଣିଛନ୍ତି। କିନ୍ତୁ ନୈରାଶ୍ୟଜନକ ଭାବେ ଦିନକୁଦିନ ଏହା ବଢ଼ିବାରେ ଲାଗିଛି! ଶ୍ରୀଯୁକ୍ତ ପଣ୍ଡାଙ୍କ ସ୍ବପ୍ନ, ପ୍ରତି ଓଡ଼ିଆଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ମିଳୁ, ଯାହାଦ୍ୱାରା ସେମାନେ ଆଉ ବାହାରକୁ ଯିବାକୁ ବାଧ୍ୟ ନହୁଅନ୍ତୁ।
https://t.co/IY1PNxAxjx
— Baijayant Panda Odia (@Panda_Odia) November 18, 2018
ଏପରି ଘଟଣା ବାରମ୍ବାର ଘଟିବା ପରିତାପର ବିଷୟ ବୋଲି ସେ ଟ୍ୱିଟ୍ରେ ଲେଖିଛନ୍ତି । ଏଥିସହ ଚାକିରି ପାଇଁ ରାଜ୍ୟ ଛାଡ଼ିବାକୁ ସେମାନେ ବାଧ୍ୟ ହୋଇଥାଆନ୍ତି।୪ ନିୟୁତ ଲୋକଙ୍କୁ ନିଯୁକ୍ତି ମିଳୁ ବୋଲି ମଧ୍ୟ ସେ ଦାବି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପିନାଥପୁର ଗାଁର ନରେନ୍ଦ୍ର ପଲାଇ ଗତ ୧୧ବର୍ଷ ଧରି ଦୁବାଇରେ କାମ କରୁଥିଲେ।
ଗତ ଅକ୍ଟୋବର୨୦ରେ ଏକ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ । ତେବେ ମୃତଦେହ ଆଣିବା ନେଇ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଗତକାଲି ରାତିରେ ତାଙ୍କ ମୃତ ଦେହ ପହଞ୍ଚିବା ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
from Odisha Reporter https://ift.tt/2QXKXX6
No comments:
Post a Comment