ଅମିତାଭଙ୍କୁ ଶାହ୍‌ରୁଖଙ୍କ ବାପା ବୋଲି ଭାବନ୍ତି ଅବ୍‌ରାମ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଅମିତାଭଙ୍କୁ ଶାହ୍‌ରୁଖଙ୍କ ବାପା ବୋଲି ଭାବନ୍ତି ଅବ୍‌ରାମ୍‌ !

ମୁମ୍ୱାଇ: ନିକଟରେ ବଚ୍ଚନ ପରିବାର ପକ୍ଷରୁ ଧୂମ୍‌ଧାମ୍‌ରେ ପାଳନ ହୋଇଛି ଆରାଧ୍ୟାଙ୍କ ୭ମ ଜନ୍ମଦିନ ଉତ୍ସବ। ଏହି ଉତ୍ସବରେ ଅନେର ଷ୍ଟାର୍‌ କିଡ୍‌ ସାମିଲ୍‌ ହୋଇଥିଲେ। ଶାହ୍‌ରୁଖ ଖାନ୍‌ଙ୍କ ପୁଅ ଅବରାମ୍‌ ଖାନ୍‌ ମଧ୍ୟ ଏହି ଜନ୍ମଦିନ ଉତ୍ସବରେ ଆସି ପହଞ୍ଚିଥିଲେ। ହେଲେ ଏଇଠି ଏମିତି ଗୋଟିଏ ମଜାଦାର୍‌ କଥା ଘଟିଛି ଯାହା ଶୁଣିଲେ ଆପଣଙ୍କୁ ହସ ଲାଗିବ।

ଅମିତାଭ ବଚ୍ଚନ ଅବରାମଙ୍କ ସହିତ ସୋଶାଲ ମିଡିଆରେ ଏକ ଫଟୋ ଶେୟାର୍‌ କରି ଏହି କଥାଟିର ଖୁଲାସା କରିଛନ୍ତି ।

ଏଥିରେ ଲେଖିଛନ୍ତି ଯେ, “ଅବରାମ୍‌ ତାଙ୍କୁ ଶାହ୍‌ରୁଖ ଖାନ୍‌ଙ୍କ ବାପା ବୋଲି ଭାବୁଛନ୍ତି। ଏହା ସହିତ ଅବରାମ୍‌ ଏଥିପାଇଁ ଚିନ୍ତାରେ ଅଛନ୍ତି ଯେ, ଜେଜେବାପା ଅମିତାଭ କ’ଣ ପାଇଁ ଶାହ୍‌ରୁଖ୍‌ଙ୍କ ଘର ମନ୍ନତ୍‌ରେ ତାଙ୍କ ସହିତ ରହୁନାହାନ୍ତି।“

ଅମିତାଭ ଏହି ପୋଷ୍ଟକୁ ଶେୟାର୍‌ କରିବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି।  କେବଳ ଏତିକି ନୁହେଁ, ଅବରାମ୍‌ଙ୍କୁ ‘ବୁଢୀ କେ ବାଲ୍‌’ ଖାଇବାକୁ ଇଚ୍ଛା ଥିଲା। ଏଥିପାଇଁ ଅମିତାଭ୍‌ ତାଙ୍କୁ ସେହି ଖାଇବା ଷ୍ଟଲ୍‌ ପାଖକୁ ମଧ୍ୟ ନେଇଥିଲେ ଏବଂ ‘ବୁଢୀ କେ ବାଲ୍‌’ ଖାଇବାକୁ ଦେଇଥିଲେ।

ଶାହ୍‌ରୁଖ ଖାନ୍‌ଙ୍କ ପୁଅ ଅବରାମ୍‌ଙ୍କ ବ୍ୟତୀତ ଶିଳ୍ପା ସେଟ୍ଟି, ଅକ୍ଷୟ କୁମାର୍‌, ଇଶା ଦେଓଲ୍‌, ଫର୍‌ହା ଖାନ୍‌ ପରି ସେଲିବ୍ରିଟିଙ୍କ ସନ୍ତାନ ମଧ୍ୟ ଆରାଧ୍ୟାଙ୍କ ଜନ୍ମଦିନ ଉତ୍ସବରେ ସାମିଲ୍‌ ହୋଇଥିଲେ।



from Odisha Reporter https://ift.tt/2PDla9I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages