‘ବିୟର ଫ୍ୟାକ୍ଟ୍ରି ପାଇଁ ଜମି ଦେଉଛ, ପାଇକ ସ୍ମାରକୀ ପାଇଁ ନାହିଁ କାହିଁକି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

‘ବିୟର ଫ୍ୟାକ୍ଟ୍ରି ପାଇଁ ଜମି ଦେଉଛ, ପାଇକ ସ୍ମାରକୀ ପାଇଁ ନାହିଁ କାହିଁକି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିୟର ଫ୍ୟାକ୍ଟ୍ରି କରିବା ପାଇଁ ଜମି ଦେଉଛ। ହେଲେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ରାଜ୍ୟ ସରକାରଙ୍କୁ ଆଜି ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆୟୋଜିତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଧର୍ମେନ୍ଦ୍ର ଆହୁରି କହିଛନ୍ତି-“ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୫୦ ଏକର ଜମି ମଗାଯାଇଥିଲା। ନିଜେ ପ୍ରଧାନମନ୍ତ୍ରୀ ଏଥିପାଇଁ ଚିଠି ଲେଖିଥିଲେ। କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ସରକାର ଆଗ୍ରହ ଦେଖାଇ ନାହାନ୍ତି।”

ଜବାବ ରଖି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି-“ପାଇକ ବିଦ୍ରୋହ ସ୍ମାରକୀ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପାଇକ ସ୍ମାରକୀ ପାଇଁ ଡିପିଆର ମଧ୍ୟ ବର୍ଷକ ତଳୁ କେନ୍ଦ୍ରକୁ ପଠାଯାଇଛି।”



from Odisha Reporter https://ift.tt/2R17fHk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages