ପରମବୀର ଚକ୍ର ଉପାଧି ପାଇଥିବା ଦେଶର ପ୍ରଥମ ସହିଦ୍‌ଙ୍କୁ ଆସନ୍ତୁ ଜାଣିବା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ପରମବୀର ଚକ୍ର ଉପାଧି ପାଇଥିବା ଦେଶର ପ୍ରଥମ ସହିଦ୍‌ଙ୍କୁ ଆସନ୍ତୁ ଜାଣିବା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଜର ଜେନେରାଲ ସୋମନାଥ ଶର୍ମା। ହାଇଦ୍ରାବାଦ୍‌ ରେଜିମେଣ୍ଟର ଏହି ସିପାହୀ ଜଣକ ହେଉଛନ୍ତି ଭାରତର ଏମିତି ଜଣେ ଯୋଦ୍ଧା ଯାହାଙ୍କ କଥା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ। ୧୯୪୭ ମସିହାରେ ଭାରତ-ପାକ୍‌ ଯୁଦ୍ଧରେ ସେ ଥିଲେ ମୁଖ୍ୟ ନାୟକ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ତାଙ୍କ ଭୂମିକା ଥିଲା ଅନସ୍ୱୀକାର୍ଯ୍ୟ।

୧୯୪୭ ମସିହା ନଭେମ୍ବର ୩ରେ ଏହି ମହାନ୍‌ ଯୋଦ୍ଧା ବୀରଗତିକୁ ପ୍ରାପ୍ତ ହୋଇଥିଲେ। ମରଣୋପରାନ୍ତେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମିଳିଥିଲା ପରମବୀର ଚକ୍ର ଉପାଧି। ସେ ହେଉଛନ୍ତି ଦେଶର ପ୍ରଥମ ସୈନିକ ଯେ, ଏହି ମହାନ୍‌ ସମ୍ମାନର ଅଧିକାରୀ ହୋଇଥିଲେ।

ଆସନ୍ତୁ ତାଙ୍କ ଶ୍ରାଦ୍ଧ ଦିବସରେ ଜାଣିବା ତାଙ୍କ ସମ୍ପର୍କରେ ଅଧିକ କିଛି।

ତତ୍କାଳୀନ ପଞ୍ଜାବ ରାଜ୍ୟର କଙ୍ଗରା ପ୍ରଗଣାରେ(ବର୍ତ୍ତମାନ ହିମାଚଳ ପ୍ରଦେଶ) ୩୧ ଜାନୁୟାରୀ ୧୯୨୩ରେ ଜନ୍ମ ଗ୍ରହଣ କରିଥିଲେ ସୋମନାଥ। ପିତା ଅମର ନାଥ ଶର୍ମା ମଧ୍ୟ ଥିଲେ ଜଣେ ସାମରୀକ ଅଧିକାରୀ। ପିତାଙ୍କ ପରି ଲଢୁଆ ମନୋଭାବ ନେଇ ସେ ନିଜ ଜୀବନକୁ ଆଗକୁ ବଢାଇ ଚାଲିଥିଲେ। ପାଠ ପଢା ସରିବା ପରେ ୨୨ ଫ୍ରେବୃଆରୀ ୧୯୪୨ରେ ରୋୟଲ ମିଲିଟାରୀ କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ ବ୍ରିଟିସ୍‌ ସରକାରଙ୍କ ୧୯ତମ ହାଇଦ୍ରାବାଦ୍‌ ରେଜିମେଣ୍ଟରେ ଯୋଗ ଦିଅନ୍ତି। ଏହି ସମୟରେ ଦ୍ୱୀତିୟ ବିଶ୍ୱଯୁଦ୍ଧରେ ସାମିଲ ହେବାକୁ ଶର୍ମାଙ୍କୁ ମିଳେ ସୁଯୋଗ।

୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନ ହୁଏ ଭାରତ। ଅଲଗା ହୋଇଯାଏ ପାକିସ୍ତାନ। ଏହି କାରଣରୁ ତିକ୍ତତା ବି ବୃଦ୍ଧି ପାଏ। କାଶ୍ମୀରକୁ ନିଜର କରିବାକୁ ଅଣ୍ଟା ଭିଡେ ପାକିସ୍ତାନ। ହେଲେ ଆମର ଏହି ଅବିଚ୍ଛେଦ୍ୟ ଭୂସ୍ୱର୍ଗକୁ ହସ୍ତାନ୍ତର କୌଣସି ପରିସ୍ଥିତିରେ ମଧ୍ୟ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ଦରବାରରୁ କଥା ଉଠେ। ହେଲେ ଏଇ କଥାବାର୍ତ୍ତା ଭିତରେ ଅପ୍ରତ୍ୟାସିତ ଭାବେ ୨୨ ଅକ୍ଟୋବର ୧୯୪୭ରେ କାଶ୍ମୀର ଉପତ୍ୟକାର ବଡଗାଁୱ ଅଞ୍ଚଳରେ ପାକିସ୍ତାନ ସେନା ଆକ୍ରମଣ କରେ। ଭାରତୀୟ ସେନା ମଧ୍ୟ ପ୍ରତିଆକ୍ରମଣ କରେ। ନେତୃତ୍ୱ ନିଅନ୍ତି ମେଜର ସୋମନାଥ। ଅସୁସ୍ଥତା ସତ୍ୱେ ସେ ଯୁଦ୍ଧରେ ନିଜକୁ ସାମିଲ କରନ୍ତି ଆଉ ନଭେମ୍ବର ୩ରେ କାଶ୍ମୀର ବିମାନବନ୍ଦରରେ ଯୁଦ୍ଧରତ ଅବସ୍ଥାର ବୀରଗତିକୁ ପ୍ରାପ୍ତ ହୁଅନ୍ତି ସୋମନାଥ।

ସବୁଠାରୁ ରୋଚକ କଥା ହେଉଛି ଯୁଦ୍ଧ ପୂର୍ବରୁ ପୋଲ ଖେଳୁଥିବା ବେଳେ ଗୋଟିଏ ହାତ ତାଙ୍କର ଭାଙ୍ଗି ଯାଇଥାଏ। ଏହା ସତ୍ୱେ ସେ ବୀରତ୍ୱର ସହ ଯୁଦ୍ଧକୁ ଲମ୍ଫ ଦେଇଥିଲେ। ଅନେକ ଶତ୍ରୁ ସୈନ୍ୟ ତାଙ୍କ ହାତରେ ମୃତ୍ୟୁବରଣ କରିଥିଲେ। ଯୁଦ୍ଧ ବୀବରଣି ଜାଣିବା ପରେ ତାଙ୍କୁ ଦିଆଯାଇଥିଲା ଦେଶର ସର୍ବୋଚ୍ଚ ଯୁଦ୍ଧ ସମ୍ମାନ ‘ବରମ ବୀର ଚକ୍ର’।



from Odisha Reporter https://ift.tt/2Qo2nvm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages