ମୋଦିଙ୍କୁ କଙ୍କଡ଼ା ବିଛା କହି ଅଡ଼ୁଆରେ ଶଶୀ ଥରୁର, ବିଜେପି ନେତା ରୁଜୁ କଲେ ମାନହାନି ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ମୋଦିଙ୍କୁ କଙ୍କଡ଼ା ବିଛା କହି ଅଡ଼ୁଆରେ ଶଶୀ ଥରୁର, ବିଜେପି ନେତା ରୁଜୁ କଲେ ମାନହାନି ମାମଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବ ଲିଙ୍ଗ ଉପରେ ବସିଥିବା କଙ୍କଡ଼ା ବିଛା ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର। ଥରୁରଙ୍କ ଏଭଳି ମନ୍ତବ୍ୟ ପାଇଁ ଦିଲ୍ଲୀ ବିଜେପି ନେତା ରାଜୀବ ବାବର ଆଜି ତାଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି।

ବାବର କହିଛନ୍ତି, “ ଥରୁର କେବଳ ଆପତ୍ତିଜନକ ମନ୍ତବ୍ୟ ଦେଇ ଯେ କେବଳ ହିନ୍ଦୁ ଭଗବାନଙ୍କୁ ଅପମାନିତ କରିଛନ୍ତି ତାହା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି। ଥରୁରଙ୍କ ମନ୍ତବ୍ୟ ମୋ ଭାବାବେଗକୁ ଆଘାତ ପହଞ୍ଚାଇଛି। ତେଣୁ ମୁଁ ମୋ ଓକିଲ ନୀରଜଙ୍କ ଜରିଆରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।”

ଥରୁର ରବିବାର ବେଙ୍ଗାଲୁରୁର ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଥିଲେ, “ କେହି ଜଣେ ଆର୍‌ଏସ୍‌ଏସ୍‌ ନେତା ମୋଦିଙ୍କୁ କଙ୍କଡ଼ା ବିଛା ସହ ତୁଳନା କରିଥିଲେ। ସେ କହିଥିଲେ ମୋଦି ହେଉଛନ୍ତି ଶିବ ଲିଙ୍ଗ ଉପରେ ବସିଥିବା କଙ୍କଡ଼ା ବିଛା। ମୁଁ କହୁଛି ମୋଦି ଏମିତି ଏକ ଶିବ ଲିଙ୍ଗ ଉପରେ ବସିଥିବା କଙ୍କଡ଼ା ବିଛା, ଯାହାଙ୍କୁ ହାତରେ ବାହାର କରିହେବ ନା ଚପଲରେ ବାଡ଼େଇ ହେବ।”

ଏହି ମନ୍ତବ୍ୟ ପାଇଁ ବାବର ଆଡିସନାଲ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ୍‌ଙ୍କ ଥରୁରଙ୍କ ବିରୋଧରେ ମାନହାନି କେସ୍‌ କରିଛନ୍ତି। ଏହାର ଶୁଣାଣି ନଭେମ୍ବର ୧୬ରେ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2PBDTlf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages