
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଖି ମାରି ଇଣ୍ଟରନେଟ୍ରେ ଚହଳ ସୃଷ୍ଟି କରିଥିବା ଆଗାମୀ ଦିନର ମଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ୧୯ବର୍ଷ ହୋଇଛି। ଗତ ୨୯ ତାରିଖରେ ପ୍ରିୟା, ପରିବାର ଏବଂ ସହ-କଳାକାରଙ୍କ ସହ ତାଙ୍କ ଜନ୍ମଦିନ ପାଳିଥିଲେ। ଏହାର ଫଟୋ ସବୁ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।


ଫଟୋଗୁଡ଼ିକ ସହ ଜନ୍ମଦିନ ଉତ୍ସବର ଏକ ଭିଡ଼ିଓ ମଧ୍ୟ ପ୍ରିୟାଙ୍କ ‘ଅନ୍ ସ୍କ୍ରିନ୍ ହିରୋ’ ରୋଶନ୍ ଶେୟାର୍ କରିଛନ୍ତି। ଶେୟାର୍ ହୋଇଥିବା ଭିଡିଓରେ ପ୍ରିୟା ବେଶ୍ କ୍ୟୁଟ୍ ଲାଗୁଛନ୍ତି। ଉଚ୍ଚ ପାହାଡ ଉପରେ ପ୍ରିୟା ପ୍ରକୃତିକୁ ଉପଭୋଗ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।


ସୂଚନାଯୋଗ୍ୟ, ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବାକୁ ଯାଉଛି। ନିର୍ଦ୍ଦେଶକ ଓମାର୍ ଲୁଲୁଙ୍କ ଫିଲ୍ମ୍ ‘ଓରୁ ଆଦାର୍ ଲଭ୍’ ସହ ଏକ ମାଲୟାଲମ୍ କମେଡି ଥ୍ରୀଲର୍ ‘ଥନ୍ହା’ରେ ମଧ୍ୟ ଅଭିନୟ କରୁଥିବା ଶୁଣିବାକୁ ମିଳୁଛି। .
from Odisha Reporter https://ift.tt/2qszPWw
No comments:
Post a Comment