
ନୂଆଦିଲ୍ଲୀ: ଆଗକୁ ଆସୁଥିବା ‘ବଡ଼ଦିନ’ ପାଇଁ ଅନ୍ଲାଇନ୍ରେ ମିଳୁଛି ‘ଡୋନାଲ୍ଡ୍ ଟ୍ରମ୍ପ୍ ଟଏଲେଟ୍ ବ୍ରଶ୍’। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଫଟୋଚିତ୍ର ରଖି ଜଣେ ବ୍ୟବସାୟୀ ଏହି ଟଏଲେଟ୍ ବ୍ରଶ୍ ପ୍ରସ୍ତୁତ କରିଛନ୍ତି। ତେବେ ଟ୍ରମ୍ପଙ୍କ ଚିତ୍ର ଓ ନାଁରେ ବିକ୍ରି ହେଉଥିବା ଏହି ନିଆରା ଟଏଲେଟ୍ ବ୍ରଶ୍କୁ ନେଇ ଏବେ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
ବିଶ୍ୱର କଣ୍ଟ୍ରଭର୍ସିଆଲ୍ ରାଜନେତା ଭାବେ ପରିଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋଶାଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ତେବେ ଆମେରିକାର ୪୫ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଟ୍ରମ୍ପଙ୍କୁ ସେଠାକାର ଅଧିକାଂଶ ନାଗରିକ ଏବେ ସୁଦ୍ଧା ପସନ୍ଦ କରନ୍ତି ନାହିଁ। ଏପରିକି ଟ୍ରମ୍ପଙ୍କୁ ସେମାନେ ରାଷ୍ଟ୍ରପତି ଆସନରେ ଆଦୌ ଦେଖିବାକୁ ଚାହାନ୍ତି ନାହିଁ। ଜଣେ ବ୍ୟବସାୟୀ ଦେଶକୁ ଶାସନ କରୁଛି ବୋଲି ମତବ୍ୟକ୍ତ କରୁଥିବା ଏହି ଗୋଷ୍ଠୀର ଆମେରିକୀୟମାନେ ସବୁବେଳେ ଟ୍ରମ୍ପଙ୍କ କାର୍ଯ୍ୟରେ ଅସନ୍ତୋଷ ଜାହିର୍ କରୁଛନ୍ତି।
କିଛି ଦିନ ତଳେ ଆମେରିକାର ଜଣେ ମିସ୍ତ୍ରୀ ଟ୍ରମ୍ପ୍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତା’ ତଳେ ‘ମୋ ଉପରେ ପରିସ୍ରା କର’ ବୋଲି ଲେଖିଥିଲେ।
ଏହାକୁ ନେଇ ସାରା ବିଶ୍ୱରେ ଜୋର୍ ଚର୍ଚ୍ଚା ହୋଇଥିଲା।
ଏବେ ଜଣେ ବ୍ୟବସାୟୀ ଟ୍ରମ୍ପଙ୍କ ନାଁରେ ଟଏଲେଟ୍ ବ୍ରଶ୍ ତିଆରି କରି ଏହାକୁ ଅନ୍ଲାଇନ୍ରେ ବିକ୍ରି କରିବା ମଧ୍ୟ ଅନୁରୂପ ଚର୍ଚ୍ଚା ସୃଷ୍ଟି କରିଛି।
ଏହି ବ୍ରଶ୍କୁ ହାତରେ ତିଆରି କରାଯାଇଛି ଏବଂ ଏହାକୁ ଏପରି ତିଆରି କରାଯାଇଛି ଯେ ଟ୍ରମ୍ପଙ୍କ ଚିତ୍ର ଥିବା ସତ୍ତ୍ୱେ ଏହା ଟଏଲେଟ୍ ବ୍ରଶ୍ ପରି ଦେଖାଯାଉଛି। ଏହି ଟଏଲେଟ୍ ବ୍ରଶ୍ରେ ଥିବା ଫଟୋଚିତ୍ରରେ ଟ୍ରମ୍ପ୍ ଏକ ନୀଳ ରଙ୍ଗର କୋର୍ଟ ସାଙ୍ଗକୁ ଲାଲ୍ ରଙ୍ଗର ଟାଇ ପିନ୍ଧିଛନ୍ତି। ବ୍ରଶ୍ର ଶେଷ ଭାଗକୁ ଟ୍ରମ୍ପ୍ଙ୍କ ଏଭଳି ଚିତ୍ରକୁ ରଖାଯାଇଛି।
ଟ୍ରମ୍ପ୍ ଚିତ୍ର ଥିବା ଏହି ଟଏଲେଟ୍ ବ୍ରଶ୍ ETSY.com ୱେବ୍ସାଇଟ୍ରେ ମିଳୁଛି ଏବଂ ଏହା ନ୍ୟୁଜିଲ୍ୟାଣ୍ଡ୍ରୁ ଆସୁଥିବା ଜଣାପଡ଼ିଛି।
ଜଣେ ସେଲ୍ର ଏହି ବ୍ରଶ୍କୁ ନେଇ ସୋଶାଲ୍ ମିଡିଆରେ ଲେଖିଛନ୍ତି, “ମୋ ଟଏଲେଟ୍ ବ୍ରଶ୍ ପରି କୌଣସି ରାଷ୍ଟ୍ରପତିଙ୍କ ଟଏଲେଟ୍ ବ୍ରଶ୍ ନାହିଁ।ସେ ଆହୁରି ମଧ୍ୟ ଲେଖିଛନ୍ତି,”Make Your Toilet Great Again!”
“ଆପଣଙ୍କ ଶୌଚାଳୟକୁ ଚମକାଇବା ପାଇଁ ଏହି ଟଏଲେଟ୍ ବ୍ରଶ୍ ହିଁ ନିଅନ୍ତୁ“ ବୋଲି ସଂପୃକ୍ତ ବ୍ୟବସାୟୀଙ୍କ ସ୍ଲୋଗାନ୍ ଏବେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି।
ସୋଶାଲ୍ ମିଡିଆରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସ ମଧ୍ୟ ଏହି ବ୍ରଶ୍କୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଏହି ବ୍ରଶ୍କୁ କିଣିବା ପାଇଁ ଅନ୍ଲାଇନ୍ରେ ଅର୍ଡର କରିବା ପରେ ୬ରୁ ୮ ସପ୍ତାହ ଯାଏ ଅପେକ୍ଷା ମଧ୍ୟ କରୁଛନ୍ତି।
କିଛି ୟୁଜର୍ସ ଏହାକୁ କିଣିବା ପରେ ଟଏଲେଟ୍ ସଫା କରି ଏହାର ଫଟୋ ମଧ୍ୟ ଶେୟାର୍ କରୁଛନ୍ତି।
from Odisha Reporter https://ift.tt/2A2Vclz
No comments:
Post a Comment