ଭାରତ ବିପକ୍ଷ ଟେଷ୍ଟ୍ ଖେଳିବେ ସ୍ମିଥ ଓ ୱାର୍ଣ୍ଣର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଭାରତ ବିପକ୍ଷ ଟେଷ୍ଟ୍ ଖେଳିବେ ସ୍ମିଥ ଓ ୱାର୍ଣ୍ଣର !

ମେଲବର୍ଣ୍ଣ: ବଲ୍‌କୁ ଟାମ୍ପରିଂ ବା ତାକୁ ବିକୃତ କରିବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଗୋଟିଏ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବ୍ୟାନ୍‌ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଓ ବିସ୍ଫୋରକ ଓପନର୍‌ ଦେଭିଡ୍‌ ୱାର୍ଣ୍ଣର ପୁଣି କମ୍‌ବ୍ୟାକ୍‌ କରିବାର ସଙ୍କେତ ମିଳିଛି।

ପୂର୍ବରୁ ସେମାନଙ୍କୁ ବ୍ୟାନ ଆଦେଶ ସମ୍ପର୍କରେ ରିଭ୍ୟୁ କରିବାକୁ ମନା କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ଏବେ ଏଥିପାଇଁ ରାଜି ହୋଇଛି। ଚଳିତ ସପ୍ତାହରେ ଉଭୟଙ୍କ ଉପରେ ଲାଗୁ ହୋଇଥିବା ବ୍ୟାନ୍‌ ଆଦେଶ ସମ୍ପର୍କରେ ବୋର୍ଡ ଅଫ୍‌ କ୍ରିକେଟ୍‌ ଅଷ୍ଟ୍ରେଲିଆ(ସିଏ) ସମୀକ୍ଷା କରିବ।

ଯଦି ଏହି ବୈଠକରେ ଉଭୟଙ୍କ ସପକ୍ଷରେ ରାୟ ଯାଏ, ତା’ହେଲେ ସ୍ମିଥ ଓ ୱାର୍ଣ୍ଣର ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଫେରି ପାରନ୍ତି। ସେହିପରି ଅଷ୍ଟ୍ରେଲିଆରେ ହେଉଥିବା ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାଗ ନେଇପାରନ୍ତି।

ଯଦି ଏପରି ହୁଏ, ତା’ହେଲେ ଡିସେମ୍ବର ୬ରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍‌ ସିରିଜ୍‌ରେ ଉଭୟ ଖେଳାଳି ମଇଦାନକୁ ଓହ୍ଲାଇ ପାରନ୍ତି।

ହେଲେ କ୍ରିକେଟ୍‌ ପଣ୍ଡିତଙ୍କ ମତରେ ସି.ଏ. କେବେ ହେଲେ ଉଭୟଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍‌ ବର୍ଷେ ପର୍ଯ୍ୟନ୍ତ ଖେଳିବାକୁ ଅନୁମତି ଦେବନାହିଁ। ହଁ, ଅବଶ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ଦିଗରେ କିଛି ନିଷ୍ପତ୍ତି ନେଇପାରେ।

ବଲ୍‌ ଟାମ୍ପରିଂ ଭଳି ଅଭିଯୋଗ ଆସିବା ପରେ ସି.ଏ. ସ୍ମିଥ ଓ ୱାର୍ଣ୍ଣରଙ୍କୁ ଗୋଟିଏ ବର୍ଷ ପାଇଁ ସମସ୍ତ କ୍ରିକେଟ୍‌ ଫର୍ମାଟରୁ ବ୍ୟାନ୍‌ କରିଥିଲା। ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ।

ସେହିପରି ଏହି ଘଟଣାରେ ସାମିଲ ଥିବା ଅନ୍ୟତମ ଅଷ୍ଟ୍ରେଲୀୟ କ୍ରିକେଟର୍‌ କ୍ୟାମେରନ୍‌ ବ୍ୟାନକ୍ରଫ୍ଟଙ୍କୁ ମଧ୍ୟ ସି.ଏ. ୯ ମାସ ପାଇଁ କ୍ରିକେଟ୍‌ରୁ ଦୂରେଇ ରଖିଥିଲା।

ତେବେ କ୍ରିକେର୍ଟସ ଆସୋସିଏସନ୍‌ ସର୍ବଦା ସ୍ମିଥ୍‌, ୱାର୍ଣ୍ଣର ଓ ବ୍ୟାନ୍‌କ୍ରଫ୍ଟଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ଏମାନଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେବା ଦରକାର ବୋଲି କହି ଆସିଥିଲା।

ସିଡନୀର ଡେଲି ଟେଲିଗ୍ରାଫ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ସ୍ମିଥ୍‌, ୱାର୍ଣ୍ଣର ଓ ବ୍ୟାନ୍‌କ୍ରପ୍ଟଙ୍କୁ ନେଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ଏମାନଙ୍କୁ ଦେଶ ମଧ୍ୟରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଅନୁମତି ମିଳିବା ଦରକାର ବୋଲି କିଛି ଅଧିକାରୀ ମତ ଦେଇଛନ୍ତି। ତେବେ ଚଳିତ ସପ୍ତାହରେ ହେବାକୁ ଥିବା ସି.ଏ. ବୈଠକରେ ଏନେଇ ଆଲୋଚନା କରାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସ୍ମିଥ୍‌, ୱାର୍ଣ୍ଣର ଓ ବ୍ୟାନ୍‌କ୍ରଫ୍ଟ ବଲ ବିକୃତ କରିଥିବା କ୍ୟାମେରାରେ କଏଦ ହୋଇଥିଲା।



from Odisha Reporter https://ift.tt/2TqyMDO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages