ହକି ବିଶ୍ୱକପ୍‌: ୪୩ ବର୍ଷ ତଳର ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ହକି ବିଶ୍ୱକପ୍‌: ୪୩ ବର୍ଷ ତଳର ଇତିହାସ ଦୋହରାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଠାରୁ ହକି ବିଶ୍ୱକପ୍‌ ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଏଥର ଖେଳୁଥିବାରୁ ଏହାର ଫାଇଦା ନେବାକୁ ଚେଷ୍ଟା କରିବ। ଟିମ୍‌କୁ ସମର୍ଥନ କରିବାକୁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍‌ରେ ନିଶ୍ଚିତ ଭାବେ ଦର୍ଶକଙ୍କ ଭିଡ଼ ଜମିବ। ଦକ୍ଷିଣ ଆଫ୍ରିକା ବିଶ୍ୱ ରାଙ୍କିଙ୍ଗର ୧୫ ନଂ ସ୍ଥାନରେ ଥିବା ବେଳେ ଭାରତ ୫ ନଂ ସ୍ଥାନରେ ରହିଛି।

ଟିମ୍‌ ଇଣ୍ଡିଆ ନିକଟରେ ଭଲ ପ୍ରଦର୍ଶନ କରିଥିବାରୁ ଏଥର ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ରହିଛି। ବିଶ୍ୱରେ ବର୍ତ୍ତମାନ ଭାରତ ୫ ନଂ ସ୍ଥାନରେ ଥିଲେ ସୁଦ୍ଧା ଦଳ ଏସିଆନ୍ ଚାମ୍ପିୟନଶିପ୍‌ରେ ଗୋଟିଏ ବି ମ୍ୟାଚ୍‌ ହାରି ନଥିଲା। ତେଣୁ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି।

ଟିମ୍‌ ଇଣ୍ଡିଆ ଶେଷଥର ପାଇଁ ୧୯୭୫ରେ ବିଶ୍ୱକପ୍‌ ହକି ଜିତିଥିଲା। ଏହି ସମୟରେ ଅଜିତ୍‌ ପାଲ ସିଂହ ଏହି ସଫଳତା ଭାରତକୁ ଆଣିଦେଥିଲେ। ଏବେ ଦୀର୍ଘ ୪୩ ବର୍ଷ ପରେ ମନପ୍ରୀତ ସିଂହଙ୍କ ଦଳ ଇତିହାସ ବଦଳାଇବାକୁ ସୁଯୋଗ ପାଇଛି। ୧୯୭୫ ପରେ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ହୋଇନାହିଁ। ୧୯୮୨ରେ ଦଳ ଶେଷଥର ପାଇଁ କେବଳ ୫ମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥିଲା। ବାକି ଇଭେଣ୍ଟର୍‌ରେ ଦଳ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ହେଲେ ସମୟ ବଦଳିବା ସହ ଭାରତୀୟ ଟିମ୍‌ର ଖେଳରେ ଉନ୍ନତି ଆସିଛି। ଏସିଆନ୍‌ ଗେମ୍ସରେ ଦଳ ରେକର୍ଡ ୭୬ଟି ଗୋଲ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଦଳ ସେମିଫାଇନାଲ୍‌ରେ ମ୍ୟାଲେସିଆଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା।

ଟିମ୍‌ ଇଣ୍ଡିଆକୁ ଚଳିତ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସମେତ ନେଦରଲ୍ୟାଣ୍ଡସ, ଜର୍ମାନୀ ଓ ଅଲମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା କଡ଼ା ଟକ୍କର ଦେବେ। ୨୦୧୦ରେ ଭାରତ ଶେଷଥର ପାଇଁ ଘରୋଇ ପରିବେଶ ଦିଲ୍ଲୀରେ ବିଶ୍ୱକପ୍‌ ଖେଳିଥିଲା। କିନ୍ତୁ ଦଳ ଅଷ୍ଟମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।

ଏବେ ଭାରତ ପାଖରେ ମନପ୍ରୀତ ସିଂହଙ୍କ ଭଳି ଅଧିନାୟକ ଅଛନ୍ତି। ତାଙ୍କ ବ୍ୟତୀତ ଉପ ଅଧିନାୟକ ଚିଙ୍ଗଲେନସାନା ସିଂହ କଙ୍ଗୁଜାମ ଏବେ ଭଲ ଫର୍ମରେ ରହିଛନ୍ତି। ଡିଫେଣ୍ଡର ଭାବେ ଓଡ଼ିଶାର ଦୁଇ ତାରକା ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା,ମନପ୍ରୀତ ସିଂହ, ବରୁଣ କୁମାର, କୋଠାଜିତ ସିଂହ ଓ ସୁରେନ୍ଦ୍ର କୁମାର ରହିଛନ୍ତି। ଭାରତ ସବୁଠାରୁ କୁଶଳୀ ଖେଳାଳି ହେଉଛନ୍ତି ଗୋଲକିପର ପିଆର୍‌ ଶ୍ରୀଜେଶ।

ଅନେକ ନିଶ୍ଚିତ ଗୋଲକୁ ରୋକି ଶ୍ରୀଜେଶ ଏକାକୀ ଭାରତକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ତେଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ। ଫରୱାର୍ଡରେ ଥିବା ଆକାଶଦୀପ ସିଂହ, ମନଦୀପ ସିଂହ, ଦୀଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ସିମରନଜୀତ ସିଂହଙ୍କ ଫର୍ମ ଉପରେ ଦଳର ଭବିଷ୍ୟତ ନିର୍ଭର କରିବ।



from Odisha Reporter https://ift.tt/2ABPtnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages