ହିନ୍ଦୀ ସାହିତ୍ୟର ସ୍ମରଣୀୟ ସ୍ରଷ୍ଟା ହରିବଂଶ ରାୟ ବଚ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ହିନ୍ଦୀ ସାହିତ୍ୟର ସ୍ମରଣୀୟ ସ୍ରଷ୍ଟା ହରିବଂଶ ରାୟ ବଚ୍ଚନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ସମସ୍ତଙ୍କ ଜୀବନ ବଦଳି ଯାଇଛି। କାହାକୁ ଚାକିରିରୁ ଫୁରସତ୍‌ ମିଳୁନି ତ କାହାକୁ ସାଙ୍ଗମାନଙ୍କ ଆବଶ୍ୟକତା ହିଁ ନାହିଁ। ସ୍ମୃତିର ଆଇନାରେ ହଜି ସମସ୍ତେ ଯେପରି ହଜି ଯାଇଛନ୍ତି। ଆଉ କିଛି ସାଙ୍ଗ ‘ତୁ’ ରୁ ‘ତୁମେ’ ଏବଂ ‘ଆପଣ’ ହୋଇ ଯାଇଛନ୍ତି। ତଥାପି ବି ଆଜି ସେମାନେ ଖୁବ୍‌ ମନେ ପଡୁଛନ୍ତି।” ଏହି ପଂକ୍ତିଟି  ହିନ୍ଦୀ ସାହିତ୍ୟର ଲୋକପ୍ରିୟ କବିତା ‘ମଧୁଶାଳା’ରୁ ଆସିଛି। ଆଉ ଏହାର ରଚୟିତା ହେଉଛନ୍ତି ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଭାରତୀୟ କବି ହରିବଂଶ ରାୟ ବଚ୍ଚନ। ସେ ଥିଲେ ହିନ୍ଦୀ ସାହିତ୍ୟରେ ‘ନୟି କବିତା ବିପ୍ଲବ’ର ସମର୍ଥ ସାରଥି।

୧୯୦୭ ମସିହା ନଭେମ୍ୱର ୨୭ ଅର୍ଥାତ୍‌ ଆଜିର ଦିନରେ ସେ ଆଲ୍ଲାହବାଦ୍‌ର ପ୍ରତାପଗଡ଼ ଜିଲ୍ଲାରେ ଜନ୍ମ ହୋଇଥିଲେ। ତାଙ୍କ ପ୍ରକୃତ ନାଁ ହେଉଛି ହରିବଂଶ ରାୟ ଶ୍ରୀବାସ୍ତବ। ପିଲାବେଳେ ହରିବଂଶଙ୍କୁ ଗାଁରେ ସମସ୍ତେ ଶ୍ରଦ୍ଧାରେ ‘ବଚ୍ଚନ’ ବୋଲି ଡାକୁଥିଲେ। ଏହି ‘ବଚ୍ଚନ’ର ଅର୍ଥ ଥିଲା ଛୋଟ ପିଲା। ଆଉ ଏହି ଶ୍ରଦ୍ଧାନାମରେ ପରେ ସେ ସାରା ଦୁନିଆରେ ପରିଚିତ ହେଲେ। ହରିବଂଶ ରାୟ ବଚ୍ଚନ ନାଁରେ ହିଁ ସେ କବିତା ଲେଖୁଥିଲେ।

ତାଙ୍କ କବିତା ହିଁ ଥିଲା ତାଙ୍କର ପରିଚୟ। ଛାତିର କୋହ ଓ ଆଖିର ଲୁହକୁ ସେ କବିତାରେ ଜାହିର୍‌ କରୁ ନ ଥିଲେ, ବରଂ ଶବ୍ଦ ସଂଯୋଜନାରେ ତାଙ୍କ ଅକଳନୀୟ ଚାତୁରୀ ସେ ସବୁର ପ୍ରମାଣ ଦେଉଥିଲା।

ହବିବଂଶ ଗାଁର କାୟସ୍ଥ ପାଠଶାଳାରୁ ହିଁ ପାଠପଢ଼ା ଆରମ୍ଭ କରିଥିଲେ । ପରେ ଆଲ୍ଲାହବାଦ ୟୁନିଭର୍ସିଟି ଓ ବନାରସ୍ ହିନ୍ଦୁ ଯୁନିଭର୍ସିଟିରୁ ଅଧ୍ୟୟନ ସାରି କିଛି ବର୍ଷ ପାଇଁ  ଆଲ୍ଲାହବାଦ ୟୁନିଭର୍ସିଟିର ଇଂରାଜୀ ବିଭାଗରେ ଅଧ୍ୟାପନା କରିଥିଲେ। ପରେ କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ ଇଂରାଜୀ କବି ଡବ୍ଲୁ.ବି.ୟିଟ୍‌ସ୍‌ଙ୍କ କବିତା ଉପରେ ଗବେଷଣା କରି ପିଏଚ୍‌ଡି ଶେଷ କରିଥିଲେ। ବିଦେଶରୁ ଫେରିବା ପରେ ହିଁ ହରିବଂଶ ରାୟ ଶ୍ରୀବାସ୍ତବ ବଦଳରେ ହରିବଂଶ ରାୟ ବଚ୍ଚନ ରୂପେ ହିନ୍ଦୀ ସାହିତ୍ୟ ଜଗତରେ ପରିଚିତ ହେଲେ।

ମାତ୍ର ୧୯ ବର୍ଷ ବୟସରେ ସେ ୧୪ ବର୍ଷର ଶ୍ୟାମା ବଚ୍ଚନଙ୍କୁ ବିବାହ କରିଥିଲେ। ତେବେ ୧୯୩୬ ମସିହାରେ ପତ୍ନୀ ଶ୍ୟାମା ଟିବିରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯିବା ପରେ ଏକପ୍ରକାର ଏକାକୀ ହୋଇପଡ଼ିଥିଲେ ହରିବଂଶ। ଏହି ସମୟରେ ୧୯୩୯ ମସିହାରେ ‘ଏକାନ୍ତ ସଂଗୀତ’ ନାମରେ ଏକ ରଚନା ପ୍ରକାଶ କରିଥିଲେ, ଯେଉଁଥିରେ ତାଙ୍କର ଦୁଃଖ ଓ ଏକୁଟିଆପଣ ବେଶ୍‌ ପ୍ରତିଫଳିତ ହୋଇଥିଲା।
ଶ୍ୟାମାଙ୍କ ମୃତ୍ୟୁର ୫ ବର୍ଷ ପରେ ୧୯୪୧ ମସିହାରେ ହରିବଂଶ, ତେଜି ବଚ୍ଚନ(ସୁରୀ)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେଜି ରଙ୍ଗମଞ୍ଚ ଦୁନିଆର ଜଣେ ଅଭିନେତ୍ରୀ ଥିଲେ। ଆଉ ଏହା ପରେ ହରିବଂଶ ଓ ତେଜିଙ୍କର ଦୁଇ ପୁଅ ହୋଇଥିଲେ। ଯାହାଙ୍କୁ ଦୁନିଆ ଅମିତାଭ ବଚ୍ଚନ ଓ ଅଜିତାଭ ବଚ୍ଚନ ନାମରେ ଜାଣିଛି।

କବିତା ‘ମଧୁଶାଳା’ ପରେ ହରିବଂଶ ରାୟ ‘ମଧୁବାଳା’ ଓ ‘ମଧୁକଳସ’ କବିତା ସଙ୍କଳନ ରଚନା କରିଥିଲେ। ଏହି ରଚନା ତାଙ୍କୁ ଖୁବ୍‌ ପ୍ରସିଦ୍ଧି ଦେଇଥିଲା।

୧୯୬୬ରେ ହରିବଂଶ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ୧୯୬୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତାଙ୍କ କବିତା ପାଇଁ ସେ ସେହି ବର୍ଷ ସୋଭିଏତ୍‌ ଲ୍ୟାଣ୍ଡ୍ ନେହେରୁ ପୁରସ୍କାର ଏବଂ ଆଫ୍ରୋ ଏସିଆନ୍‌ ସମ୍ମିଳନୀରେ କମଳ ପୁରସ୍କାର ମଧ୍ୟ ପାଇଥିଲେ।
ସାହିତ୍ୟ ଓ ଶିକ୍ଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୬ରେ ଭାରତ ସରକାର ହରିବଂଶ ରାୟ ବଚ୍ଚନଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ।
୨୦୦୩ ଜାନୁଆରୀ ୧୮ରେ ୯୫ ବର୍ଷ ବୟସରେ ସେ ମୁମ୍ୱାଇରେ ଦେହତ୍ୟାଗ କରିଥିଲେ। କିନ୍ତୁ ନିଜ କାଳଜୟୀ କବିତା ତାଙ୍କୁ ହିନ୍ଦୀ ସାହିତ୍ୟ ଦୁନିଆରେ ଅମର କରି ରଖିଛି।



from Odisha Reporter https://ift.tt/2r9riYG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages