
ନୂଆଦିଲ୍ଲୀ: ଫେସ୍ବୁକ୍ ପକ୍ଷରୁ ଏହାର ଆକାଉଣ୍ଟଧାରୀଙ୍କୁ ନୂଆ ବନ୍ଧୁତା ପାଇଁ ସଜେସନ୍ ଆସିଥାଏ। ଏବେ କିନ୍ତୁ ଫେସ୍ବୁକ୍ର କିଛି ଫ୍ରେଣ୍ଡ୍ସ ସଜେସନ୍କୁ ନେଇ ସୋଶାଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନା ମୁତାବକ, ଯୁବତୀମାନଙ୍କୁ ବୟସ୍କ ପୁରୁଷଙ୍କ ସହ ବନ୍ଧୁତା କରିବା ପାଇଁ ଫେସ୍ବୁକ୍ ପକ୍ଷରୁ ସଜେସନ୍ ମିଳୁଛି। ତେବେ ସଜେସ୍ଟେଡ୍ ପୁରୁଷଙ୍କ ପ୍ରୋଫାଇଲ୍ ଖୋଲିଲେ ଏଥିରୁ ଅଧିକାଂଶ ପ୍ରୋଫାଇଲ୍ରେ ପୁରୁଷଙ୍କ ଅର୍ଦ୍ଧନଗ୍ନ ଫଟୋ ଦେଖିବାକୁ ମିଳୁଛି। ତେଣୁ ଫେସ୍ବୁକ୍ରେ ‘ଫ୍ରେଣ୍ଡ୍ ସଜେସନ୍’ର ଏହି ବିକଳ୍ପକୁ ବନ୍ଦ କରିବା ପାଇଁ ଏବେ ବିଭିନ୍ନ ମହଲରୁ ଦାବି କରାଯାଉଛି।

‘ଦି ଟେଲିଗ୍ରାଫ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୩ବର୍ଷୀୟ ଯୁବତୀମାନଙ୍କୁ ସେଶାଲ୍ ନେଟୱାର୍କରେ ବନ୍ଧୁତା କରିବା ପାଇଁ ଫେସ୍ବୁକ୍ ପକ୍ଷରୁ ୩୦୦ ସଜେସନ୍ ଦିଆଯାଇଛି, ଯେଉଁଥିରେ କିଛି ବୟସ୍କ ପୁରୁଷ ରହିଛନ୍ତି। କିନ୍ତୁ ଏଥିରୁ ଅଧିକାଂଶ ପୁରୁଷ ନିଜ ପ୍ରୋଫାଇଲ୍ରେ ଅର୍ଦ୍ଧନଗ୍ନ ଫଟୋ ରଖିଛନ୍ତି।
ଫେସ୍ବୁକ୍ର କହିବା ଅନୁଯାୟୀ, ଯୁବକ ଯୁବତୀମାନଙ୍କ ପାଇଁ ଏହି ସେବାରେ ଯୋଡ଼ିହେବା କୌଣସି ନୂଆ କଥା ନୁହେଁ। ତେବେ ସେଶାଲ୍ ନେଟୱାର୍କିଂକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି ।
ଅନ୍ୟପକ୍ଷରେ ଏହି ‘ସଜେସନ୍ ବିକଳ୍ପ’କୁ ତୁରନ୍ତ ବନ୍ଦ କରିବା ପାଇଁ ୟୁକେର ସ୍ୱେଚ୍ଛାସେବୀ ସଂସ୍ଥା ‘ନ୍ୟାସ୍ନାଲ୍ ସୋଶାଇଟି ଫର୍ ପ୍ରିଭେନ୍ସନ୍ ଅପ୍ କ୍ରୁଏଲ୍ଟି ଟୁ ଚିଲ୍ଡ୍ରେନ୍’(National Society for Prevention of Cruelty to Children) ଜୋରଦାର୍ ଅଭିଯାନ ଆରମ୍ଭ କରିଛି।
from Odisha Reporter https://ift.tt/2B0y6xv
No comments:
Post a Comment