
କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ୫ ୱିକେଟ୍ରେ ବିଜୟୀ ହୋଇଛି। ତେବେ ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ଚାଇନାମ୍ୟାନ୍ ବୋଲର୍ କୁଲଦୀପ ଯାଦବ। ୪ ଓଭର୍ରେ ୧୩ ରନ୍ ଦେଇ ଗୁରୁତ୍ୱପୂର୍ଣ୍ଣ ୩ଟି ୱିକେଟ୍ ନେବା ସହ ଇଣ୍ଡିଜ୍ ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ କୁଲଦୀପ। ତେବେ ଗତକାଲିର ମ୍ୟାଚ୍ରେ କୁଲଦୀପ ନିଜ ବୋଲିଂର ଆଉ ଏକ ନୂଆ ଅସ୍ତ୍ରର ଝଲକ ଦେଖାଇଥିଲେ। କୁଲଦୀପଙ୍କ ଏହି ନୂଆ ବୋଲିଂ ଅସ୍ତ୍ରରେ ଇଣ୍ଡିଜ୍ ଦଳର ସବୁଠାରୁ ଅଭିଜ୍ଞ କିଏରନ୍ ପୋଲାର୍ଡ ଏକ ପ୍ରକାରର ଚକିତ ହୋଇଯାଇଥିଲେ।
ତା’ର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। କୁଲଦୀପଙ୍କ ଏହି ନୂଆ ଅସ୍ତ୍ରଟି ହେଉଛି ଦ୍ରୁତ ସିମ୍ ବଲ୍।
ଇଣ୍ଡିଜ୍ ଇନିଂସ୍ର ୯ମ ଓଭର୍ରେ କୁଲଦୀପ ଏହି ନୂଆ ଅସ୍ତ୍ରକୁ ପ୍ରୟୋଗ କରିଥିଲେ। ଅବଶ୍ୟ ଏହି ବଲ୍ରେ ତାଙ୍କୁ ୱିକେଟ୍ ମିଳି ନଥିଲା। କିନ୍ତୁ ସେ ଷ୍ଟ୍ରାଇକ୍ କରୁଥିବା ପୋଲାର୍ଡଙ୍କୁ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ। ସେହିପରି କମେଣ୍ଟ୍ରି ବକ୍ସରେ ଥିବା ସୁନୀଲ ଗାଭାସ୍କର ଓ ସଞ୍ଜୟ ମଞ୍ଜରେକର ମଧ୍ୟ କୁଲଦୀପଙ୍କ ନୂଆ ଶୈଳୀର ଦ୍ରୁତ ବଲ୍କୁ ନେଇ ଚର୍ଚ୍ଚା କରିଥିଲେ।
କୁଲଦୀପ ରିଷ୍ଟ ସ୍ପିନର୍ ହୋଇଥିଲେ ହେଁ ଉକ୍ତ ବଲ୍ଟିକୁ ମିଡିୟମ୍ ପେସରଙ୍କ ଭଳି ଘଣ୍ଟାପ୍ରତି ୧୦୭ କିମି ବେଗରେ ବୋଲିଂ କରିଥିଲେ। ଷ୍ଟ୍ରେଟ୍ କ୍ରସଡ୍ ସିମ୍ ବଲ୍ଟି ପକାଇ ସେ ବ୍ୟାଟସ୍ମ୍ୟାନ୍ଙ୍କୁ ଚକିତ କରିଦେଇଥିଲେ। କୁଲଦୀପ ସର୍ବଦା ୭୦ରୁ ୮୦ କିମି ବେଗରେ ପକାଉଥିବା ବେଳେ ହଠାତ୍ ଏଭଳି ସ୍ପିଡ୍ରେ ବୋଲିଂ କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
କୁଲଦୀପଙ୍କ ପୂର୍ବରୁ ପାକିସ୍ତାନର ଶାହିଦ ଆଫ୍ରିଦି ମଧ୍ୟ ବେଳେବେଳେ ୧୧୫ରୁ ୧୨୦ ସ୍ପିଡ୍ରେ ସ୍ପିନ୍ ବଲ ପକାଇ ସଫଳତା ପାଇଛନ୍ତି।
ଦେଖନ୍ତୁ ଭିଡିଓ
Kuldeep Yadav unveils his newest weapon! pic.twitter.com/7wu5prPUjD
— Debanish Achom (@journeybasket) November 5, 2018
from Odisha Reporter https://ift.tt/2qrDXpC
No comments:
Post a Comment