ସ୍କର୍ପିଓକୁ ପିଟି ଦେଇ ଚାଲିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସ୍କର୍ପିଓକୁ ପିଟି ଦେଇ ଚାଲିଗଲା ଟ୍ରକ୍‌

bollero

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ହଳଦୀପଦା ବାଇପାସ୍‌ରେ ଏକ ସ୍କର୍ପିଓକୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ନୀର ଭରା। ମୃତାହତମାନେ କୋଲକାତାର ବୋଲି ଜଣାପଡ଼ିଛି।

ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣଙ୍କ ଚିକିତ୍ସା ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଚାଲିଛି।

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର ରାୟପୁରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖିବାକୁ କୋଲକାତାର ଗୋଟିଏ ପରିବାରରୁ ୬ ଜଣ ଲୋକ ଏବଂ ସେମାନଙ୍କ ଘରୋଇ ସହାୟିକା ଏକ ସ୍କର୍ପିଓରେ ସେଠାକୁ ଯାଇଥିଲେ। ସେମାନଙ୍କ ସହ ଦୁଇ ଜଣ ଡ୍ରାଇଭର ଥିଲେ।

ସମ୍ପର୍କୀୟଙ୍କୁ ଭେଟିବା ପରେ ସେମାନେ ପୁରୀ ଆସିଥିଲେ। ପୁରୀରୁ ସେମାନେ କୋଲକାତା ଫେରୁଥିବା ବେଳେ ହଳଦୀପଦା ବାଇପାସ୍‌ ନିକଟରେ ଟ୍ରକ୍‌ଟି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ଚାଲି ଯାଇଥିଲା।



from Odisha Reporter https://ift.tt/2OXkhUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages