
ନୂଆଦିଲ୍ଲୀ: ରବିବାର ଅମୃତସରର ଏକ ଧର୍ମାନୁଷ୍ଠାନରେ ହୋଇଥିବା ଗ୍ରେନେଡ୍ ମାଡ଼ ପାଇଁ ଲାହୋରଠାରେ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିରେ ଖଲିସ୍ତାନ ସମର୍ଥନକାରୀ ଶିଖ୍ ଗୋଷ୍ଠୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଗୋଷ୍ଠୀ ମୁଖ୍ୟତଃ ଜର୍ମାନୀ ଏବଂ କ୍ୟାନାଡ଼ା ଦେଶର କିଛି ଶିଖ୍ ଗୋଷ୍ଠୀ ବୋଲି ଜଣାଯାଇଛି। ପଞ୍ଜାବରେ ପୁଣି ଥରେ ବିଦ୍ରୋହ ଆରମ୍ଭ କରିବାପାଇଁ ଏହା ଏକ ପ୍ରୟାସ ହୋଇଥିବାବେଳେ ଏହାକୁ ସମ୍ଭବ କରିଦିଆଯିବନି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଚିହ୍ନଟ ହୋଇପାରିଥିବା ଜଣେ ବ୍ୟକ୍ତି ଏକ ଇସ୍ଲାମିଷ୍ଟ ନେଟ୍ୱର୍କ ବ୍ୟବହାର କରି ପାକିସ୍ତାନ ନିର୍ମିତ ଗ୍ରେନେଡ୍ ଆଣିବାରେ ସାହଯ୍ୟ କରୁଥିଲା।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ନିରଙ୍କରୀ ଭବନଠାରେ ଘଟିଥିବା ଏହି ଘଟଣାର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ଡୋଭାଲ ଅଶୀରୁ ନବେ ଦଶକରେ ହୋଇଥିବା ଶିଖ୍ ଆତଙ୍କବାଦ ତଦନ୍ତରେ ମଧ୍ୟ ସମ୍ପୃକ୍ତ ଥିଲେ। ଏହି କମିଟି ବିଭିନ୍ନ ସ୍ଥିତି ଏବଂ ଘଟଣାକୁ ଅନୁଧ୍ୟାନ କରିବା ପରେ ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସମ୍ପୃକ୍ତ ଥିବା ମଧ୍ୟ ନିଶ୍ଚିତ ହୋଇଛନ୍ତି।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିଲାବେଳେ ଏହା ପୂର୍ବରୁ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ଭାରତରେ ଅସ୍ଥିରତା ସୃଷ୍ଟି କରିବାପାଇଁ ଜାଲ ବିଛାଉଥିବା ଆଶଙ୍କା କରାଯାଉଛି। ଏପରିକି ଅମୃତସର ଘଟଣାରେ ବ୍ୟବହୃତ ଏଚ୍ଜି-୮୪ ଗ୍ରେନେଡ୍ର ପିନ୍ରେ ଏଭଳି କିଛି ଚିହ୍ନ ଅଛି ଯାହାକି ପାକିସ୍ତାନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ମୋହାଲିରେ ୨୦୧୦ରୁ ୨୦୧୩ ଯାଏ ପାଠ ପଢ଼ୁଥିବା କଶ୍ମୀରରୀ ଅଲ୍ କାଏଦା ମୁଖ୍ୟ ଜାମିର ମୁସାର ଏଥିରେ ହାତ ଥିବା ଚର୍ଚ୍ଚାକୁ ଆସିଛି। ମୁସା ଶିଖ୍ ବିଦ୍ରୋହୀଙ୍କୁ ମତାଇ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଏହା ଘଟାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଜୈଶ୍ କିମ୍ବା ମୁସା ନେଟ୍ୱର୍କ ସୀମା ଆରପଟୁ ଗ୍ରେନେଡ୍ ଆଣିବାରେ ସମର୍ଥ ହୋଇଛି ବୋଲି ଏହି ବୈଠକରୁ ଅନୁମାନ କରାଯାଇଛି।
from Odisha Reporter https://ift.tt/2PFgoZm
No comments:
Post a Comment