ୱିକେଟ୍‌ ନେଲା ପରେ ନିଜକୁ ବିଶ୍ୱାସ କରିପାରିଲେନି ବିରାଟ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ୱିକେଟ୍‌ ନେଲା ପରେ ନିଜକୁ ବିଶ୍ୱାସ କରିପାରିଲେନି ବିରାଟ୍‌, ଦେଖନ୍ତୁ ଭିଡିଓ

ସିଡ୍‌ନୀ: ବିଶ୍ୱର ଏକ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ବିରାଟ୍‌ କୋହଲିଙ୍କ ଏକ ଅଜବ ହରକତ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବର୍ତ୍ତମାନ୍‌ ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଚାଲିଛି।

କିନ୍ତୁ ଏହି ଅଭ୍ୟାସ୍‌ ମ୍ୟାଚ୍‌ରେ ବିରାଟ୍‌ ବ୍ୟାଟିଂରେ ନୁହେଁ ବରଂ ବୋଲିଂରେ ଜଲୱା ଦେଖାଇଛନ୍ତି। ଗତକାଲି ମାତ୍ର ୨ ଓଭର୍‌ ବୋଲିଂ କରି ୬ ରନ୍‌ ଦେଇଥିବା ବିରାଟ୍‌ ଆଜି କିନ୍ତୁ ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି।

ତେବେ ବିରାଟ୍‌ ୱିକେଟ୍‌ ନେବା ପରେ ନିଜକୁ ମଧ୍ୟ ବିଶ୍ୱାସ କରିପାରି ନଥିଲେ। ସେ ଜଣେ ବ୍ୟାଟସ୍‌ମ୍ୟାନ୍‌ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ମାଟିରେ ୱିକେଟ୍‌ ଦଖଲ କରିଥିବାରୁ କିଛି ସମୟ ପାଇଁ ସେ ପୂରା ଚୁପ୍‌ ହୋଇଯାଇଥିଲେ।

ଏହାପରେ ବେଶ ନିଆରା ଢଙ୍ଗରେ ସେଲିବ୍ରେସନ୍‌ କରିଥିଲେ। ତାଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବ୍ୟାଟସ୍‌ମ୍ୟାନ୍‌ ଜଣଙ୍କ ମଧ୍ୟ ବିରାଟ୍‌ଙ୍କୁ ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ଶୁଭେଚ୍ଛା ଜଣାଇଥିଲେ।

୧୦୦ ରନ୍‌ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଏକାଦଶର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ହ୍ୟାରୀ ନିଲସନ୍‌ ବେଶ ଚମତ୍କାର ଢଙ୍ଗରେ ବ୍ୟାଟିଂ କରୁଥିଲେ। ତେବେ ବିରାଟ୍‌ଙ୍କ ଏକ ବଲ୍‌ରେ ସେ ଭୁଲବଶତଃ ମିଡ୍ ଅନ୍‌ରେ ଫିଲ୍ଡିଂ କରିଥିବା ଉମେଶ ଯାଦବଙ୍କୁ କ୍ୟାଚ୍‌ ଦେଇଥିଲେ।

ଫଳରେ ବିରାଟ୍ ୱିକେଟ୍ ପାଇଥିଲେ। କିନ୍ତୁ ବିରାଟ୍ କେମିତି ୱିକେଟ୍ ନେଲେ କିଛି ସମୟ ପାଇଁ ବୁଝି ପାରି ନଥିଲେ। ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

ବିରାଟ୍‌ଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସମୁଦାୟ ୮ଟି ୱିକେଟ୍‌ ରହିଛି। ଶେଷଥର ପାଇଁ ସେ ୨୦୧୬ ବିଶ୍ୱକପ୍‌ ଟି-୨୦ରେ ୱିକେଟ୍‌ ନେଇଥିଲେ।

ଦେଖନ୍ତୁ ୱିକେଟ୍‌ ନେବା ପରେ ବିରାଟ୍‌ଙ୍କ ସେଲିବ୍ରେସନ୍‌



from Odisha Reporter https://ift.tt/2FRea4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages